ଶ୍ରୀନଗର: ଜମ୍ମୁର ନାଗ୍ରୋଟାସ୍ଥିତ ଏକ ଟୋଲ ପ୍ଲାଜାରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଜଣା ପଡ଼ିବା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ହାଇଆଲର୍ଟ ଜାରି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କିଛି ଘଣ୍ଟା ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ଆଜି ସକାଳେ ସୁରକ୍ଷା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିବା ଜଣା ପଡ଼ିଛି।
#WATCH Jammu and Kashmir: An encounter is underway near Ban toll plaza in Nagrota, Jammu. Security tightened, Jammu-Srinagar National Highway closed. More details awaited.
(Visuals deferred by unspecified time) pic.twitter.com/PYI1KI0ykH
— ANI (@ANI) November 19, 2020
ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଜଣା ପଡ଼ିବା ପରେ ଟୋଲ ପ୍ଲାଜାରେ ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିଲା। ଏହି ସମୟରେ ଯାଞ୍ଚ ଚାଲୁଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଚଳାଇ ଆତଙ୍କବାଦୀମାନେ ଜଙ୍ଗଲ ଭିତରକୁ ଚାଲିଯିବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥଲା। ଗୁରୁବାର ସକାଳ ପ୍ରାୟ ୫ଟାରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ଜଣା ପଡ଼ିଛି। ଏହି ଘଟଣା ପରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସହ ନାଗ୍ରୋଟାଠାରେ ସୁରକ୍ଷା କଡାକଡି କରାଯାଇଛି।