ଭାରତୀୟ ସେନାକୁ ମିଳିଲା ଆଉ ଏକ ବଡ ସଫଳତା: ଏନକାଉଣ୍ଟରରେ ନିହତ ହେଲେ ହିଜବୁଲ ମୁଜାହିଦ୍ଦିନର ୪ ଆତଙ୍କବାଦୀ

ପିଞ୍ଜୋରା: ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଜି ଆଉ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା | ସୋମବାର ସକାଳେ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଥିବା ପିଞ୍ଜୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପୁଲିସ କହିଛି। ଏହି ଏନକାଉଣ୍ଟରରେ ତିନିଜଣ ଯବାନ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ରହିଛି |

ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏକ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେନାବାହିନୀର ଏକ ସର୍ଚ୍ଚ ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ସର୍ଚ୍ଚ ଅପରେସନ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା। କିଛି ସମୟ ଧରି ଗୁଳି ବିନିମୟ ଚାଲିବା ପରେ ଭାରତୀୟ ସେନା ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା |

3 terrorist killed, 5 security men injured in Jammu & Kashmir gunfight ...
Zee News

ସେହିଭଳି ରବିବାର ଦକ୍ଷିଣ କଶ୍ମୀରରେ ଥିବା ଶୋପିଆନର ରେବାନ୍ ଗାଁରେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।
ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ବିଶ୍ୱସନୀୟ ସୂଚନା ମିଲିବା ପରେ ସୁରକ୍ଷା ବାହିନୀ ରବିବାର ସକାଳେ ଏହି ଅପରେସନ୍ ଆରମ୍ଭ କରିଥିଲା। ଏହି ଅପରେସନରେ ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଏବଂ ଶୋପିଆନ୍ ପୁଲିସର କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର