ସୋପିଆନ୍‌ରେ ଏନ୍‌କାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର : ସେନା ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଏନ୍‌କାଉଣ୍ଟରରେ ଆଜି ସୋପିଆନ୍‌ ଜିଲ୍ଲାରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜିଲ୍ଲାର କିଲୁରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍‌ ହୋଇଥିଲା। ଏହି ସମୟରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ‌ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିପାତଙ୍କ ମଧ୍ୟରେ ଅଲ ବଦର ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ସକୁର ଅହମଦ ପାରେ ରହିଛି। ପାରେ ଜାମ୍ମୁ କାଶ୍ମୀର ପୁଲିସରେ ଏସପିଓ ଓ କ‌ନଷ୍ଟେବଳ ଚାକିରି ଛାଡ଼ି ଆତଙ୍କବାଦୀ ସଂଗଠନ ଗଢ଼ିଥିଲା। ଚାକିରିରୁ ଫେରାର ହେବା ସମୟରେ ସେ ୪ଟି ଏକେ-୪୭ ବନ୍ଧୁକ ନେଇଥିଲା। ନିପାତ ହୋଇଥିବା ଦ୍ବିତୀୟ ଆତଙ୍କବାଦୀ ଜଣକ ହେଲା ସୁହେଲ ଭଟ୍ଟ। ଅପରେସନ ବେଳେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି।

ସମ୍ବନ୍ଧିତ ଖବର