ତିରୁନେଲ୍ବେଲ୍ଲି: ଗତରାତିରୁ ତାମିଲ୍ନାଡୁର ତିରୁନେଲ୍ବେଲ୍ଲି ଜିଲ୍ଲାସ୍ଥିତ ଗୋଟାଏ ଖଦାନରେ ଅନ୍ୟୂନ ୪ଜଣ ଶ୍ରମଜୀବୀ ଫସି ରହିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ୬ଜଣ ଶ୍ରମଜୀବୀ ଖଦାନ୍ରେ ଫସି ରହିଥିଲେ।
ଏଯାବତ୍ ଖଦାନ୍ରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥବା କଥା ଆଜି ପୁଲିସ କହିଛି।
ଜଣେ ସରକାରୀ ଅଧିକାରୀ କହିଛନ୍ତି, ମୁନୀର ପଲ୍ଲାମ ଅଞ୍ଚଳରେ ଗୋଟାଏ ପଥର ଖଦାନକୁ ଶ୍ରମଜୀବୀମାନଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରକ୍ ପ୍ରାୟ ୩୦୦ ଫୁଟ୍ ଗହ୍ବରରେ ଫସି ରହିଛି।
ଗଣମଧ୍ୟମକୁ ସଦର୍ଣ୍ଣ ରେଞ୍ଜ୍ର ଇନ୍ସ୍ପେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ୍ ଆଶ୍ରା ଗର୍ଗ କହିଛନ୍ତି, ପ୍ରଥମେ ୬ଜଣ ଶ୍ରମଜୀବୀ ଫସିଥିଲେ। ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ‘ଏନ୍ଡିଆର୍ଏଫ୍’ ଟିମ୍ ଆସୁଛି।
Image Courtesy of Samakalika Malayalamପୁଲିସ ଓ ଅଗ୍ନଶମ ବାହିନୀ ନେତୃତ୍ବରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଉଚ୍ଚଶକ୍ତିସମ୍ପନ୍ନ ଲମ୍ବ ବାହୁ ଥିବା କ୍ରେନ୍ ଓ ଦକ୍ଷ ପାହାଡ଼ ଚଢ଼ାଳିମାନେ ମଧ୍ୟ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି।
ଉଦ୍ଧାର କାର୍ଯ୍ୟ ନିମନ୍ତେ ଆଜି ସକାଳେ ଗୋଟାଏ ହେଲିକପ୍ଟର୍ ମଧ୍ୟ ଅଣାଯାଇଛି।
ଉଦ୍ଧାରକାରୀ ଟିମ୍ ସମ୍ମୁଖୀନ ହେଉଥିବା ଆହ୍ବାନ ସମ୍ପର୍କରେ କହିବାକୁ ଯାଇ ଗର୍ଗ କହିଛନ୍ତି ଯେ, ଖଦାନଟିର ଆକାର ଏଭଳି ଯେ, ଫସି ରହିଥିବା ଶ୍ରମଜୀବୀଙ୍କୁ ଉଦ୍ଧାର କରିବାକୁ ଆହୁରି ଅଧିକ ସମୟ ଲାଗିପାରେ। ଉକ୍ତ ୪ଜଣ ଶ୍ରମଜୀବୀ କି, ଅଧିକ ଶ୍ରମଜୀବୀ ଖଦାନ୍ରେ ଫସି ରହିଛନ୍ତି, ତାହା ଜାଣିବା ଏବେ ସମ୍ଭବପର ହେଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/quarry.jpg)