ପ୍ରତି ସପ୍ତାହରେ ଜମ୍ମୁ-କାଶ୍ମୀରର ଅପହଞ୍ଚ ଇଲାକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ ୪ କେନ୍ଦ୍ରମନ୍ତ୍ରୀ, ଖୁବଶୀଘ୍ର ମିଳିପାରେ ରାଜ୍ୟ ମାନ୍ୟତା

ଜମ୍ମୁ: ଆସନ୍ତା ବର୍ଷ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ କେନ୍ଦ୍ର ସରକାର ଏହି କେନ୍ଦ୍ର ଶାସିତ ଅଞ୍ଚଳର ଅପହଞ୍ଚ ଇଲାକାରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ମିଳିଥିବା ସୂଚନା ମୁତାବକ ପ୍ରତି ସପ୍ତାହରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତ କରିବେ । ସେମାନେ ରାଜ୍ୟର ଅପହଞ୍ଚ ଇଲାକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିବେ । ଅଗଷ୍ଟ ୧୫ ସ୍ୱାଧିନତା ଦିବସ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ୨୦୨୦ ମସିହାରେ ୩୬ ଜଣ କେନ୍ଦ୍ରମନ୍ତ୍ରୀ ପୁରା ରାଜ୍ୟର ୬୦ ରୁ ଅଧିକ ସ୍ଥାନ ଗସ୍ତକରି ସ୍ଥିତି ପରଖିଥିଲେ ।

ଧାରା ୩୭୦ ଓ ୩୫(ଏ) ରଦ୍ଦ କରିବାର ୫ ମାସ ପରେ ଏହି ଗସ୍ତ ହୋଇଥିଲା । ସେହି ସମୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ମନ୍ତ୍ରୀମାନେ କହିଥିଲେ କି ଧାରାର ପ୍ରାବଧାନ ନିରସ୍ତ୍ର କରିବା ପରେ ସେଠାରେ ତା’ର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିିଛି ।

JK politicians question civilian traffic ban on highway | Deccan Herald
Deccan Herald

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ନେଇ ବିଚାର କରୁୂଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କମିଛି । ଏହାସହ ବନ୍ଦୀ କରାଯାଇଥିବା ରାଜନେତାମାନେ ଏବେ ପୁଣି ଜେଲରୁ ଫେରି ରାଜନୀତିରେ ଭାଗ ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ରାଜନୈତିକ ନେତାଙ୍କ ସହ ବୈଠକ କରି ରାଜ୍ୟରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ନେଇ ଆଲୋଚନା କରିଥିଲେ । ଅନ୍ୟପଟେ ସୀମା ପୁନଃନିର୍ଦ୍ଧାରଣ କମିଟିର ରିପୋର୍ଟ ଆସିବା ପରେ ଜମ୍ମୁ-କଶ୍ମୀର ରାଜ୍ୟର ମାନ୍ୟତା ପାଇବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର