ଜୟପୁର: କ୍ଷତିର ଭରଣା ପାଇଁ ୨୭୦ଟି ଅଁଳାଗଛ ଲଗାଇବେ ବୋଲି ସର୍ତ୍ତ ରଖି ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ଜଣେ ବିଚାରପତି ବଣରୁ ଗଛ କାଟିଥିବା ଚାରିଜଣ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି।
ସୋମବାର ଦିନ ଜିଲ୍ଲା ଓ ସେସନ୍ ଜଜ୍ ରାଜେନ୍ଦ୍ର କୁମାର ଶର୍ମା ରାମ ଓରଫ୍ ରାମଲାଲ୍ ତେଲି, ଯଶୋବନ୍ତ ଧୋବି, ଦିନେଶ ତେଲି ଏବଂ ମହମ୍ମଦ ହୁସେନ୍ଙ୍କୁ ଆଦେଶ ଦେଇ କହିଛନ୍ତି କି, ସେମାନେ ରୋପଣ କରିବାକୁ ଥିବା ଚାରାଗୁଡ଼ିକ ବଞ୍ଚିଛନ୍ତି ବୋଲି ପ୍ରତି ତିନି ମାସରେ ଥରେ ପ୍ରମାଣ ଯୋଗାଇ ଦେବେ। ସେମାନେ ରୋପଣ କରିବାକୁ ଥିବା ଚାରାସଂଖ୍ୟା, କାଟି ଥିବା ଗଛର ୧୦ ଗୁଣ।
ଶର୍ମା କହିଛନ୍ତି: ୨୭୦ ଗଛ ବଞ୍ଚିଛି ବୋଲି ସେମାନେ ପ୍ରତି ତିନି ମାସରେ ଥରେ ଅଦାଲତରେ ପ୍ରମାଣ ଦେବେ। ଏହି ଅଦାଲତର ବିନା ଅନୁମତିରେ ଏହି ଗଛଗୁଡ଼ିକୁ କଟା ଯାଇ ପାରିବ ନାହିଁ।
ସେମାନଙ୍କୁ ଜେଲ୍ରେ ରଖିଲେ ସମସ୍ୟାର ସମାଧାନ ହେବ ନାହିଁ। ସେମାନଙ୍କ ମଧ୍ୟରେ ପ୍ରକୃତି ପ୍ରେମ ଉଦ୍ରେକ କରାଇବା ବଂର ଶ୍ରେୟସ୍କର। ୨୭୦ଟି ଗଛ ବଢ଼ାଇବା ପରେ ସେମାନଙ୍କର ଆପଣାଛାଏଁ ଗଛ ପ୍ରତି ଅନୁରାଗ ଆସିବ ଏବଂ ସେମାନେ ଆଉ ପରିବେଶ ନଷ୍ଟ କରିବେ ନାହିଁ।
ଚୋରା ଚାଲାଣ କରିବାକୁ ମାର୍ଚ ୧୯ ତାରିଖ ଅଧ ରାତିରେ ଗାନ୍ଧେର ଠାରେ ଚାରିହେଁ ୨୭ଟି ଖଇରା ଗଛ କାଟିଥିଲେ।