ନୂଆଦିଲ୍ଲୀ: ଶିଶୁମାନଙ୍କ ଚର୍ମ ବହୁତ କୋମଳ ହୋଇଥାଏ। ସେଥିପାଇଁ ବାପା-ମା’ ଶିଶୁଙ୍କ ଶରୀର ପାଇଁ ବ୍ୟବହୃତ ତେଲ ହେଉ ଅବା ପାଉଡର କି ସ୍ୟାମ୍ପୁ କିଣିବା ସମୟରେ ବହୁ ଯତ୍ନଶୀଳ ହୋଇ କିଣି ଥାଆନ୍ତି। କିନ୍ତୁ ଅନେକ ଥର ଅଧିକ ଟଙ୍କା ଖର୍ଚ୍ଚରୁ ବଞ୍ଚିବା ପାଇଁ ବାପା-ମା’ମାନେ ଏମିତି କିଛି କିଣି ଆଣି ଥାଆନ୍ତି ଯାହାକି ତାଙ୍କୁ ଓ ତାଙ୍କ ପିଲାଙ୍କୁ ମହଙ୍ଗା ପଡ଼ିଥାଏ।
ଇଂଲଣ୍ଡର ଲିଭରପୁଲରେ ରହୁଥିବା ଦମ୍ପତ୍ତିଙ୍କ କ୍ଷେତ୍ରରେ ଶସ୍ତାରୁ ହିନସ୍ତା ହେବା ଭଳି ଏକ ଘଟଣା ଘଟିଛି। ଜୋନାଥନ ନାମକ ଜଣେ ବ୍ୟକ୍ତି କହନ୍ତି, ସେ ନିଜ ପିଲାଙ୍କୁ ଗାଧୋଇବା ପାଇଁ ବଜାରରୁ ଏକ ଶସ୍ତା ସାବୁନ କିଣି ଆଣିଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡିଛି । ଶିଶୁକୁ ଗାଧୋଇବା ସମୟରେ ଏହି ଶସ୍ତା ସାବୁନ୍ ଲଗାଇ ଥିଲେ। ଏହି ସମୟରେ ବାଥରୁମରେ କିଛି ମହମବତୀ ଜଳୁଥିଲା । ଏହି ମହମବତୀ ନିଆଁ ଶିଶୁ ଶରୀରରେ ଲାଗିଥିବା ସାବୁନର ଫେଣ ଆଡକୁ ମାଡ଼ି ଆସିଥିଲା। ଆଉ ଶିଶୁ ଓସ୍କାର ବେଡାର୍ଡ ଶରୀରରେ ନିଆଁ ଲାଗି ଯାଇଥିଲା।
/sambad/media/post_attachments/20943ffdf9b18f36d8bf29bb124a02efd648f86426d12d13ab64f3a1e85de0d3.jpg)
ସଙ୍ଗେସଙ୍ଗେ ସେ ନିଆଁ ଭିତରୁ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଓସ୍କାରର ଶରୀର ସମ୍ପୂର୍ଣ୍ଣ ଜଳି ଯାଇଛି । ଡାକ୍ତରମାନେ ଶିଶୁର ଚିକିତ୍ସା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-1-copy-17.jpg)