ଓ୍ଵାସିଂ ମେସିନ୍‌ ଭିତରେ ଫସିବାରୁ  ଚାଲିଗଲା ୪ ବର୍ଷର ଶିଶୁ ଜୀବନ

ଆବୁଧାବି: ଯନ୍ତ୍ରକୌଶଳ ମଣିଷର ଦୈନନ୍ଦିନ ଜୀବନକୁ ଯେତିକି ସୁନ୍ଦର କରେ ବେଳେ ବେଳେ ତାହା ସେତିକି ବିପଦ ବି ପାଲଟିଯାଏ। ଦୁବାଇଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୪ ବର୍ଷର ପୁଅ ନିଜ ଘରେ ଗରମ ପାଣି ଥିବା ଓ୍ଵାସିଂ ମେସିନ୍‌ ଭିତରେ ଫସିଯିବା ପରେ ବାଳକଟିର ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଦୁବାଇର ଗଣମାଧ୍ୟମ ସଂସ୍ଥା ଗୁରୁବାର ଦେଇଥିବା ସୂଚନା ମୁତାବକ, ବାଳକ ଜଣକ ପ୍ରଥମେ ଓ୍ଵାସିଂ ମେସିନ୍‌ ଭିତରେ ପଶିଯାଇ ନିଜକୁ ନିଜେ ବନ୍ଦ କରି ଦେଇଥିଲେ।ତା’ପରେ ଓ୍ଵାସିଂ ମେସିନ୍‌ଟି ଆପେ ଆପେ  ଘୂରିବାରେ ଲାଗିଥିବାରୁ ଗରମପାଣି ଭତରେ ଫସି ରହିଥିବା ପିଲାଟିର ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବାଳକଟି ନିଜର ଉତ୍ସୁକତା ହେତୁ ଓ୍ଵାସିଂ ସେମିନ୍‌ ଭିତରକୁ ପଶି ଯାଇଥିଲା। ସେ ମେସିନ୍‌ରେ ପଶି ଯିବା ପରେ ସେସିନ୍‌ଟି ଆପେ ଆପେ ଚାଲିଥିବା ହେତୁ ଏପରି ଅଘଟଣ ଘଟିଥିବା ସୂଚନା ରହିଛି।

ଶେଷରେ ପିଲାଟିକୁ ସେସିନ୍‌ରୁ ବାହାର କରିବା ପାଇଁ ମେସିନ୍‌ଟିକୁ ଭାଙ୍ଗିବାକୁ ପଡ଼ିଥିଲା। ପିଲାଟି ଓ୍ଵାସିଂ ମେସିନ୍‌ ଭିତରେ ପଶିଥିବା ଦୃଶ୍ୟ ପ୍ରଥମେ ତାଙ୍କ ମାଆ ଦେଖିଥିଲେ। ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର