ମୁଖ୍ୟ ଟ୍ରାଫିକ ସିଗନାଲରେ ପୁଲିସକର୍ମୀମାନଙ୍କ ପାଇଁ ତିଆରି ହେବ ୪୦ଟି ବାୟୋ ଟଏଲେଟ୍

କୋଲକାତା: ବଢ଼ୁଥିବା ଜନସଂଖ୍ୟା ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ୁଛି, ଯାହାଦ୍ବାରା ରାସ୍ତାରେ ଭିଡ଼ ମଧ୍ୟ ବଢ଼ୁଥିବା ଦେଖାଯାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି କିଛି ଦୂରତାରେ ଟ୍ରାଫିକ ପୁଲିସମାନଙ୍କୁ ନିୟୋଜିତ କରାଯାଇଛି। ତେବେ ସାରା ଦିନ ଗୋଟେ ସ୍ଥାନରେ ଛିଡ଼ା ହୋଇ ନିଜର ଦାୟିତ୍ବ ତୁଲାଉଥିବ‌ା ଟ୍ରାଫିକ ପୁଲିସମାନଙ୍କ ପରିସ୍ଥିତିକୁ ବୁଝିବା ସହ ଏବେ କୋଲକାତା ନଗର ନିଗମ ୪୦ଟି ବାୟୋ ଟଏଲେଟ୍ ନିର୍ମାଣ କରିବାର ଯୋଜନା କରୁଛି। ଏହି ସୁବିଧା ଦ୍ବାରା ଟ୍ରାଫିକ ପୁଲିସଙ୍କ ସମୟ ବଞ୍ଚିବା ସହ ସେମାନେ ସହଜରେ ଶୌଚାଳୟର ଲାଭ ଉଠାଇ ପାରିବେ।

ପୁଲିସ କମିସନର ଅନୁଜ ଶର୍ମା ଏକ ବୈଠକରେ ଯୋଗ ଦେଇ ୪୦ଟି ବାୟୋ ଟଏଲେଟ୍ ନିର୍ମାଣ ନେଇ ଇଶାରା ଦେଇଥିବା ଜଣା ପଡ଼ିଛି। ଏହି ବାୟୋ ଟଏଲେଟ୍ ସହରର ମୁଖ୍ୟ ଟ୍ରାଫିକ ସିଗନାଲ ମାନଙ୍କରେ କରାଯିବ। ଯାହାଦ୍ବାରା ପରିିବେଶ ପରିଷ୍କାର ରହିବା ସହ ଟ୍ରାଫିକ ପୁଲିସ ମାନଙ୍କର ସମୟ ବଞ୍ଚିବ ବୋଲି କହିଛନ୍ତି ପୁଲିସ କମିସନର ଅନୁଜ ଶର୍ମା ।

Image result for 40 bio-toilets"
Needhi Fiberglass

ଏହା ପୂର୍ବରୁ ବେଙ୍ଗାଲୁରୁରେ ରାସ୍ତାକଡ଼ରେ ପରିଶ୍ରା କରିବାକୁ ରୋକିବା ପାଇଁ ବଡ଼ ବଡ଼ ଦର୍ପଣ ଲଗାଯିବା ଖବର ସାମ୍ନାକୁ ଆସିଥିଲା। କେଆର୍ ମାର୍କେଟ, ଇନ୍ଦିରାନଗର, ଚର୍ଚ୍ଚ ଷ୍ଟ୍ରିଟ୍, କୋକନଟ୍ ଗ୍ରୁଭ୍ ଓ କୋରାମଙ୍ଗଲାଠାରେ ୫ଟି ବଡ଼ ବଡ଼ ଦର୍ପଣ ପରୀକ୍ଷାମୂଳକଭାବେ ଲଗାଯାଇଥିଲା। ଏହି ସ୍ଥାନରେ ଲୋକେ ଖୁଲମଖୁଲା ପରିଶ୍ରା କରୁଥିବା ଜଣାପଡ଼ିବା ପରେ ପ୍ରଥମେ ଏହି ସ୍ଥାନରୁ ହିଁ ନୂଆ ପ୍ରୟାସ ଆରମ୍ଭ କରିଥିଲା ବେଙ୍ଗାଲୁରୁ ମହାନଗର ପାଳିକା।

ସମ୍ବନ୍ଧିତ ଖବର