ବ୍ରାଜିଲ୍‌ରେ ଜଳଭଣ୍ଡାର ଭୁଶୁଡ଼ି ୪୦ ମୃତ; ଅନେକ କାଦୁଅରେ ପୋତି ହୋଇ ପଡ଼ିଥିବା ଆଶଙ୍କା

ବ୍ରୁମାଣ୍ଡିହ୍ନୋ: ଦକ୍ଷିଣପୂର୍ବ ବ୍ରାଜିଲ୍‌ରେ ଖଣିରୁ ବାହାରୁ ଥିବା ଆବର୍ଜନା ଭରା ଏକ ଜଳଭଣ୍ଡାର ଶୁକ୍ରବାର ଦିନ ଭୁଶୁଡ଼ି ପଡ଼ିବାରୁ ୪୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହେଲିକାପ୍ଟର୍‌ରେ ଉଡ଼ି ତଲାସକରୁଥିବା ଲୋକେ ଓ ତଳେ କାଦୁଅରୁ ଉଦ୍ଧାରକାରୀମାନେ ଅଧିକ ଶବ ଠାବ ଓ ଉଦ୍ଧାର କରିବାର ଆଶଙ୍କା ରହିଛି।

ହିସାବ ଅନୁସାରେ ଏବେ ସେଠାରେ ୩୦୦ ଲୋକ ନିଖୋଜ ଅଛନ୍ତି। ସହରର ଅନେକ ପରିବାର ସେମାନଙ୍କର ପ୍ରିୟଜନଙ୍କ ସମ୍ବନ୍ଧରେ ଖବର ପାଇବାକୁ ଉତ୍କର୍ଣ୍ଣ ହୋଇ ଅପେକ୍ଷା କରିଛନ୍ତି।

ବ୍ରାଜିଲୀୟ ଖଣି କମ୍ପାନି ଭେଲେ ମାଲିକାନାରେ ଓ ପରିଚାଳନାରେ ଥିବା ଖଣି ପରିସର ମଧ୍ୟରେ ଶୁକ୍ରବାର ଅପରାହ୍ଣରେ ମଧ୍ୟହ୍ନ ଭୋଜନ ଖାଉଥିବା ସମୟରେ ଜଳ ଭଣ୍ଡାର ଭୁଶୁଡ଼ି ପଡ଼ିବାରୁ ଲୋହିତ-ବାଦାମୀ ରଙ୍ଗର କାଦୁଅର ସ୍ରୋତ ମାଡ଼ି ଆସି ସେମାନଙ୍କୁ ପୋତି ପକାଇଥିଲା।

ଯେଉଁମାନଙ୍କ ଲାଗି ଜଳଭଣ୍ଡାର ଭୁଶୁଡ଼ିଲା ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ମିନାସ୍‌ ଗେରାଇସ୍‌ ଷ୍ଟେଟ୍‌ର ଗଭର୍ଣ୍ଣର୍‌ ରୋମେଉ ଜେମା ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର