ନୂଆଦିଲ୍ଲୀ: ଗତ ୧୫ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଭୟଙ୍କର ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଛି। ରେଳ ସୁରକ୍ଷା ବଳ ବା ଆର୍ପିଏଫ୍ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, ଷ୍ଟେସନରେ ହୋଇଥିବା ଭୟଙ୍କର ଦଳାଚକଟା ପରେ ଏକ ବିପଦପୂର୍ଣ୍ଣ କଲ୍ ପାଇବାରେ ୪୦ ମିନିଟ୍ରୁ ଅଧିକ ସମୟ ଲାଗିଥିଲା। ଯେଉଁ କାରଣରୁ ଏତେ ଲୋକଙ୍କ ମୃତ୍ୟୁ ଘଟିଥିଲା।
ରେଳବାଇ ସେମାନଙ୍କର ସରକାରୀ ଯୋଗାଯୋଗରେ କହିଛି ଯେ ରାତି ୯.୧୫ରେ ଦଳାଚକଟା ଘଟିଥିଲା। ହେଲେ ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ଏହା ରାତି ୯.୫୫ରେ ଦିଲ୍ଲୀ ପୁଲିସ ଠାରୁ ପ୍ରଥମ କଲ୍ ପାଇଥିଲା।
ମାତ୍ର ଇଣ୍ଡିଆ ଟୁଡେ ଟିଭି ଦ୍ୱାରା ପ୍ରାପ୍ତ ଆର୍ପିଏଫର ରିପୋର୍ଟ ଅନୁସାରେ, ରାତି ୮.୪୮ ରେ ଦଳାଚକଟା ହୋଇଥିଲା ଏବଂ ଏହି ସୂଚନା କର୍ତ୍ତବ୍ୟରତ ଷ୍ଟେସନ ଇନଚାର୍ଜଙ୍କୁ ଦିଆଯାଇଥିଲା।
ଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତିରେ ଘଟିଥିବା ଭୟଙ୍କର ଦଳାଚକଟା ପରେ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ତତ୍ପର ହୋଇଛି ପ୍ରଶାସନ।
କେନ୍ଦ୍ର ସରକାର ୬୦ଟି ଅଧିକ ଟ୍ରାଫିକ୍ ଥିବା ରେଳ ଷ୍ଟେସନରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାୟୀ ହୋଲ୍ଡିଂ ଜୋନ୍ ନିର୍ମାଣ କରିବେ ଏବଂ ଭିଡ଼ ଏବଂ ସଙ୍କଟ ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/18/HZN4aBGdM9wDlLzHy2gK.jpg)