ହାଇଦ୍ରାବାଦ୍,: ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦଉଦ୍ଦିନ୍ ଅୱେସି ଏବେ ଦାବି କରିଛନ୍ତି ଯେ ୱାୟନାଡ଼ରେ ୪୦ ପ୍ରତିଶତ ମୁସଲିମ୍ ଥିବାରୁ ରାହୁଲ ଏଠାରେ ନିର୍ବାଚନ ଜିତିଲେ। ଏହି ହାଇଦ୍ରାବାଦ୍ ସାଂସଦ ଗତକାଲି ଏକ କାର୍ଯ୍ୟକ୍ରମରେ ମୁସଲିମ୍ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ , ମୁସଲିମ୍ ସମ୍ପ୍ରଦାୟ ଅନ୍ୟ କାହାର ଦୟାରେ ବଞ୍ଚିବାକୁ ଚାହେନା। ତୁମେମାନେ କଂଗ୍ରେସ ଏବଂ ଅନ୍ୟ ଧର୍ମନୀରପେକ୍ଷ ଦଳକୁ ଛାଡ଼ିବାକୁ ଚାହନି କିନ୍ତୁ ପ୍ରକୃତରେ ସେମାନଙ୍କର ସାମର୍ଥ୍ୟ ନାହିଁ। ସେମାନେ କଠିନ ପରିଶ୍ରମ କରୁନାହାନ୍ତି। ସେ ପୁଣି କହିଛନ୍ତି ପଞ୍ଜାବରେ ଅଧିକ ଶିଖ୍ ଥିବାରୁ ବିଜେପି ସେଠାରେ ହାରିଲା। ସେହିପରି ଅନ୍ୟ ଯେଉଁ ରାଜ୍ୟରେ ବିଜେପି ହାରିଛି ସେଠାରେ କଂଗ୍ରେସ ପାଇଁ ନୁହେଁ ବରଂ ଆଞ୍ଚଳିକ ଦଳ ଗୁଡ଼ିକ ପାଇଁ ବିଜେପି ହାରିଛି। ଉତ୍ତରପ୍ରଦେଶର ଆମେଥିରେ ମଧ୍ୟ ରାହୁଲ ନିର୍ବାଚନ ହାରିଲେ ଏବଂ ୱାୟାନାଡ଼ରେ ଜିତିଲେ। ଏହାର ଅର୍ଥ କେବଳ ୪୦ ପ୍ରତିଶତ ମୁସଲିମ୍ ଜନସଂଖ୍ୟା ପାଇଁ ହିଁ ରାହୁଲ ଜିତିଛନ୍ତି।
ୱାୟନାଡ଼ରେ ୪୦% ମୁସଲିମ୍ ଥିବାରୁ ରାହୁଲ ଜିତିଲେ: ଅୱେସି
/sambad/media/post_attachments/wp-content/uploads/2019/06/rahul-ndtv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)