୪୦ ସୁଖୋଇ ଜେଟ୍‌ରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସଂଯୋଗ ହେବ

ନୂଆଦିଲ୍ଲୀ: ଭାରତର ସାମରିକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୪୦ଟି ସୁଖୋଇ ଯୁଦ୍ଧ ବିମାନରେ ବ୍ରହ୍ମୋସ୍‌ ସୁପର୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ସଂଯୋଗ କରିବା ପାଇଁ ସରକାର ନିଷ୍ପତ୍ତି ନେବା ସହ ଏ ଦିଗରେ ପଦକ୍ଷେପ ତ୍ବରାନ୍ବିତ କରିବାକୁ କହିଛନ୍ତି। ବାଲାକୋଟ ବିମାନ ଆକ୍ରମଣ ପରେ ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ଏହା ସବୁଠାରୁ ପ୍ରଭାବଶାଳୀ ହେବ ବୋଲି କୁହାଯାଉଛି । ହାଲ୍‌ ଏବଂ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଏହି କାର୍ଯ୍ୟ ସଂପନ୍ନ କରିବା ପାଇଁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଡିସେମ୍ବର ୨୦୨୦ ସୁଦ୍ଧା ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର