ଇଜିପ୍ଟରେ ଗୋଟିଏ ଦିନରେ ୪୦ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

କାଇରୋ : ଇଜିପ୍ଟରେ ୩ଟି ଅଲଗା ଅଲଗା ଏନକାଉଣ୍ଟରରେ ସୁରକ୍ଷାବାହିନୀ ପ୍ରାୟ ୪୦ ଜଣ ସଂଦିଗ୍ଧ ଆତଙ୍କବାଦୀଙ୍କୁ ମାରିଦେଇଛି । ଉତ୍ତର ସିନାଇ ଓ ଗିଜା ସହରରେ ଏହି ଏନକାଉଣ୍ଟର ହୋଇଛି ବୋଲି ଇଜିପ୍ଟର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେବଳ ଗିଜା ସହରରେ ୩୦ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ଏମାନେ ଇଜିପ୍ଟକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ଆହୁରି ଅଧିକ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ସରକାର କହିଛନ୍ତି ।

ଅନ୍ୟପକ୍ଷରେ ଉତ୍ତର ସିନାଇ ସହରରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୦ ଜଣ ଆଇଏସ ଆତଙ୍କବାଦୀ ପୁଲିସ ସହ ଗୁଳିବିନିମୟ ବେଳେ ନିହତ ହୋଇଛନ୍ତି ।

ଗତକାଲି ଅର୍ଥାତ ଶୁକ୍ରବାରଦିନ ଆତଙ୍କବାଦୀମାନେ ଭିଏତନାମର ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଉପରେ ବୋମାମାଡ କରିବା ଦ୍ୱାରା ପ୍ରାୟ ୪ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ । ତେବେ ଶନିବାରଦିନ ମରିଥିବା ଆତଙ୍କବାଦୀମାନେ ପର୍ଯ୍ୟଟକ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର