ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍‌ ଓଡିଶାର କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରୁ ସୟଦ ହାସନ ଅହମ୍ମଦ ନାମକ ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣିବାକୁ ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ, ସାଲେପୁର ଥାନା ଅନ୍ତର୍ଗତ କୁସୁମ୍ବି ଗାଁର ବାସିନ୍ଦା ସୟଦ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିଲେ। ତେବେ, ହାସନଙ୍କ ଏହି ପୋଷ୍ଟ ବିରୁଦ୍ଧରେ ଉତ୍ତରପ୍ରଦେଶ ବାଗପାଟ ଜିଲ୍ଲା ଅନ୍ତର୍ଗତ ସିଙ୍ଗବାଲି ପୁଲିସ ଥାନାରେଏକ ମାମଲା ରୁଜୁ ହୋଇଥିଲା।

ଏହି ଘଟଣାର ତଦନ୍ତ କରି ଉତ୍ତରପ୍ରଦେଶ ପୁଲିସ ଗୁରୁବାର ଦିନ ଓଡ଼ିଶା ଆସି ସାଲେପୁରର କୁସୁମ୍ବି ଗାଁର ବାସିନ୍ଦା ସୟଦ ହାସନ ଅହମ୍ମଦଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶ ପୁଲିସ୍‌ କହିଛି ଯେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିଭିନ୍ନ ଧାରା ଅଧୀନରେ ଗିରଫ କରାଯାଇଛି। ଅଭିଯୁକ୍ତ ହାସନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଧମକପୂର୍ଣ୍ଣ ଓ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବାର ଅନେକ ପ୍ରାମାଣ ରହିଥିବା କହିଛି ଉତ୍ତରପ୍ରଦେଶ ପୁଲିସ୍‌।