ସୁକ୍ରହ: ଦୁନିଆର ଅନେକ ଦେଶ ଏବେ କରୋନା ମହାମାରୀରୁ ମୁକୁଳିବା ପାଇଁ ଅଣ୍ଟା ଭିଡିଛନ୍ତି। କରୋନା ସଂକ୍ରମଣ ହେତୁ ଦକ୍ଷିଣ ଆମେରିକାରେ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବୋଲିଭିୟା ପୁଲିସ ଗତ ମଙ୍ଗଳବାର ଦିନ କହିଛି ଯେ ଗତ ୫ ଦିନରେ ଦେଶର ପ୍ରମୁଖ ସହରର ରାସ୍ତା ଓ ଘରୁ ୪୦୦ ମୃତଦେହ ଉଦ୍ଧାର ହୋଇଛି। ଜବତ ହୋଇଥିବା ଶବଗୁଡ଼ିକ ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ ଏବଂ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ନ୍ୟାସନାଲ ପୁଲିସ ନିର୍ଦ୍ଦେଶକ କର୍ନଲ ଇବାନ ରୋଜାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବୋଲିଭିୟାର କୋଚାବାମ୍ବା ସହରରୁ ପାଖାପାଖି ୧୯୧ ମୃତଦେହ ଓ ଲାପାଜ ସହରର ରାସ୍ତାରେ ପଡିରହିଥିବା ୧୪୧ଟି ମୃତଦେହ ଜବତ ହୋଇଛି । ଦେଶର ସବୁଠାରୁ ବଡ ସହର ସାନ୍ତାକ୍ଲଜର ରାସ୍ତାରୁ ମଧ୍ୟ ୬୮ଟି ଶବ ମିଳିଛି । ଦେଶର ପାଖାପାଖି ୫୦ପ୍ରତିଶତ କରୋନା ମାମଲା ଏ ସହରରୁ ହିଁ ରହିଛି । ଏହି ସହରରୁ ଏଯାବତ ୬୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହିଭଳି ଭୟାବହ ସ୍ଥିତି ପ୍ରଥମ ଥର ଦେଖିବାକୁ ମିଳିଛି।
The Jakarta Postଜବତ ହୋଇଥିବା ମୃତଦେହ ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ ଥିବା ବେଳେ କିଛି ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ଆଉ କିଛି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବୋଲି ଜଣାାପଡ଼ିଛି। ବର୍ତ୍ତମାନ ଲାପାଜ କରୋନା ସଂକ୍ରମଣ ହଟସ୍ପଟ ହୋଇଛି ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟକ ମାମଲା ଏଠାରୁ ସାମ୍ନାକୁ ଆସୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/ed07e5545a014bb4a57d88b031e8b882_18.jpg)