ଦକ୍ଷିଣ ଆଫ୍ରିକାରେ ବନ୍ୟା ତାଣ୍ଡବ: ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କେପଟାଉନ: ଦକ୍ଷିଣ ଆଫ୍ରିକାରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି | ବଡ ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ଦେଶର ୪୦୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୪୦ ହଜାରରୁ ଅଧିକ ଲୋକ ବାସହୀନ ହୋଇପଡିଥିବାର ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୩୯୮କୁ ବୃଦ୍ଧି ପାଇଥିବାବେଳେ ୨୭ ଜଣ ନିଖୋଜ ଅଛନ୍ତି। ସରକାର ଏହା ମଧ୍ୟ କହିଛନ୍ତି ଯେ ୪୦ ହଜାରରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯାଇଥିବାରୁ ବାସହୀନ ହୋଇପଡିଛନ୍ତି | ସରକାରଙ୍କ ସୂଚନା ଅନୁଯାୟୀ, ବହୁ ସଂଖ୍ୟାରେ ଲୋକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ |

ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୁଲିସଠାରୁ ଆରମ୍ଭ କରି ସେନା ଏବଂ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି | ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକାର ଡର୍ବାନ ସହର ଏବଂ ପୂର୍ବ କ୍ୱାଜୁଲୁ-ନେଟାଲ ପ୍ରଦେଶରେ ସର୍ବାଧିକ କ୍ଷତି ହୋଇଛି | ତେବେ ଆଗାମୀ ଦିନରେ ଝଡ ସହିତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି |

ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ସିରିଲ ରାମାଫୋସା ସାଉଦି ଆରବ ଗସ୍ତକୁ ବାତିଲ କରିଛନ୍ତି। ବନ୍ୟା ପାଇଁ ଜରୁରୀକାଳୀନ ରିଲିଫ ପାଣ୍ଠିରୁ ସରକାର ଏକ ବିଲିୟନ ରାଣ୍ଡ (୬୮ ମିଲିୟନ ଡଲାର) ସହାୟତା ଘୋଷଣା କରିଛନ୍ତି। ଏଥିସହ ଆଫ୍ରିକୀୟ ଫୁଟବଲ କନଫେଡେରେଶନର ମୁଖ୍ୟ ପାଟ୍ରିସ ମୋସେପେ ୩୦ ମିଲିୟନ ରାଣ୍ଡ (୨ ମିଲିୟନ) ସହାୟତା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର