ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାନ୍ତର ‘ଲାଇନ୍ ଅଫ କଣ୍ଟ୍ରୋଲ’ ଗତ କିଛି ଦିନ ହେବ ଅଶାନ୍ତ ରହିଛି। ଏପରକି ଗତ ୨ ମାସ ମଧ୍ୟରେ ଏହି ଅଞ୍ଚଳରେ ୪ଶହ ଥର ଅସ୍ତ୍ରବିରତି ଉଲଂଘନ ହେବା ଘଟଣା ସୀମାନ୍ତବର୍ତ୍ତୀ ଗ୍ରାମର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ସାଧାରଣ ନାଗରିକଙ୍କ ବ୍ୟତିରେକ ଏହି ଅସ୍ତ୍ରବିରତି ଉଳଂଘନ ଯୋଗୁଁ ପାକିସ୍ତାନର ୨୩ ଜଣ ସୈନିକ ପ୍ରାଣ ହରାଇଥିବା ବେଳେ ଭାରତର ୧୬ ଜଣ ସୈନିକ ମଧ୍ୟ ସହିଦ ହୋଇଛନ୍ତି।ଯଦି ଏହି ଧାରା ବଜାୟ ରହେ, ତେବେ ୨୦୧୮ ମସିହାରେ ଅସ୍ତ୍ରବିରତି ଉଲଂଘନ ଏକ ଖରାପ ରେକର୍ଡ ସୃଷ୍ଟି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2018/02/Indian-Army-300x168.jpeg)
ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଏଲଓସି ନିକଟରେ ୮୭୦ଟି ଓ ପାକିସ୍ତାନ ସୀମାନ୍ତରେ ୧୨୦ଟି ଅସ୍ତ୍ରବିରତି ଉଲଂଘନ ମାମଲା ନଜରକୁ ଆସିଥିଲା। ଏପରିକି ୨୦୧୬ ମସିହାରେ ଉରି ସେକ୍ଟରରେ ଆତଙ୍କବାଦୀ ହାମ୍ଲାରେ ୧୯ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁର ବଦ୍ଲା ନେବା ପାଇଁ ଭାରତ ପାକିସ୍ଥାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ବାଧ୍ୟ ହୋଇଥିଲା। କେବଳ ସେତିକି ନୁହେଁ, ଭାରତୀୟ ସେନା ଭାରତରେ ଅନୁପ୍ରେବେଶ ପାଇଁ ସୁଯୋଗ ସୃଷ୍ଟି କରୁଥିବା ପାକିସ୍ତାନର ପୋଷ୍ଟ ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରି ଅନୁପ୍ରେବେଶକୁ ରୋକିଥିଲେ।
ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ର ବିରତି ଉଲଂଘନ ହେଉଥିବା ପରିପ୍ରେକ୍ଷୀରେ ଭାରତର ସେନା ପାକିସ୍ତାନ ସେନାକୁ ମୁହଁତୋଡ ଜବାବ ଦେଉଛନ୍ତି। ସେନାଧ୍ୟକ୍ଷ ବିପିନ ରାଓ୍ଵତ କହିଛନ୍ତି ଯେ ଭାରତର ଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ ଯେତିକି ସୈନ୍ୟ ମୃତାହତ ହେଉଛନ୍ତି, ତାର ୩/୪ ଗୁଣା ପାକସ୍ତାନ ସୈନ୍ୟ ଏଥିରେ ମୃତାହତ ହେଉଛନ୍ତି। ତେଣୁ ଅସ୍ତ୍ରବିରତି ଉଲଂଘନ ପାକିସ୍ତାନ ପାଇଁ ମହାଙ୍ଗା ପଡ଼ିଛି ବୋଲି ଶ୍ରୀ ରାଓ୍ଵତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/LOC_1.jpg)