ନୂଆଦିଲ୍ଲୀ: ବିଗତ ୩ ବର୍ଷ ମଧ୍ୟରେ ଜମ୍ମୁ କଶ୍ମୀରକୁ ପ୍ରାୟ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୨୬ ଜଣ ସୁରକ୍ଷାକର୍ମୀଙ୍କ ଦ୍ବାରା ନିପାତ ହୋଇଛନ୍ତି। କେନ୍ଦ୍ର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ତେବେ ଅନୁପ୍ରବେଶକାରୀଙ୍କ ସହ ଗୁଳି ବିନିମୟ ସମୟରେ ୨୭ ସୁରକ୍ଷାକର୍ମୀ ସହିଦ ହୋଇଥିବା ରେଡ୍ଡି କହିଛନ୍ତି। କେବଳ ଜମ୍ମୁ କଶ୍ମୀରରେ ହିଁ ସୀମାପାର ଅନୁପ୍ରବେଶ ବଢ଼ୁଛି। ୨୦୧୮ରେ ଜମ୍ମୁ କଶ୍ମୀରରେ ୧୪୩ ଅନୁପ୍ରବେଶ ହୋଇଥିବାବେଳେ ୨୦୧୭ରେ ୧୩୬ ଏବଂ ୨୦୧୬ରେ ୧୧୯ ଅନୁପ୍ରବେଶ ହୋଇଥିଲା। ଅନ୍ୟପକ୍ଷେ ବାଲାକୋଟ୍ରେ ବିମାନ ଆକ୍ରମଣ ହେବା ପରଠାରୁ ପାକିସ୍ତାନ ପଟୁ ଅନୁପ୍ରବେଶ କମିଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ସୂଚନା ଦେଇଥିଲେ।
ଗତ ୫ ବର୍ଷ ମଧ୍ୟରେ ଜମ୍ମୁ କଶ୍ମୀରରେ ୯୬୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ୪୧୩ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଆତଙ୍କବାଦ ବିରୋଧରେ ଦୃଢ଼ ଦମନ ନୀତି ପାଇଁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଫଳରେ ୨୦୧୪ ମସିହାରୁ ୨୦୧୯ ଜୁନ୍ ସୁଦ୍ଧା ୯୪୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଏହି ଅପରେସନ୍ ସମୟରେ ୪୧୩ ସୁରକ୍ଷା କର୍ମୀ ମଧ୍ୟ ସହିଦ ହୋଇଛନ୍ତି ବୋଲି ରେଡ୍ଡି ଲୋକସଭାରେ କହିଛନ୍ତି।
୩ ବର୍ଷରେ ୪୦୦ ଆତଙ୍କବାଦୀଙ୍କ ଅନୁପ୍ରବେଶ
୫ ବର୍ଷରେ ୯୬୩ ଆତଙ୍କବାଦୀ ନିପାତ, ୪୧୩ ଯବାନ ସହିଦ
/sambad/media/post_attachments/wp-content/uploads/2019/07/terrorist-generic-ndtv-file.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)