ଭାରତରେ ଅନୁପ୍ରବେଶ ପାଇଁ ୪୦୦ ଆତଙ୍କବାଦୀ ତାଲିମ ନେଉଛନ୍ତି : ଆଫଗାନିସ୍ଥାନ ସେନା

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି । ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ପାକିସ୍ତାନ କଶ୍ମୀର ଘାଟିରେ ଅସ୍ଥିରତା ସୃଷ୍ଟିକରିବାକୁ ଉଦ୍ୟମ ଚଳାଇଛି । ଏବେ ବରଫ ତରଳି ଯାଇଥିବାରୁ ଅଧିକରୁ ଅଧିକ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ ଆଇଏସଆଇ ଯୋଜନା ପ୍ରସ୍ତୁତ କରିଛି । ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ଜୈସ-ଇ-ମହମ୍ମଦ କ୍ୟାମ୍ପରେ ପ୍ରାୟ ୪ଶହ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି ବୋଲି ଆଫଗାନିସ୍ତାନ ସେନା ପକ୍ଷରୁ ଭାରତୀୟ ସେନାକୁ ସୂଚନା ପ୍ରଦାନ କରାଯାଇଛି ।

ଗତ ମାସରେ ଏକ ନିୟମିତ ଅପରେସନ ବେଳେ ଆଫଗାନ ସେନା ଏପରି ଏକ କ୍ୟାମ୍ପର ସନ୍ଧାନ ପାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ପାକ ସେନାର ନିୟମିତ ତତ୍ତ୍ୱାବଧାନରେ ଏସବୁ କ୍ୟାମ୍ପ ଚାଲିଛି । ଆଗାମୀ ଦିନରେ ଏସବୁ ଆତଙ୍କବାଦୀଙ୍କୁ ପର୍ଯ୍ୟାୟକ୍ରମେ ଭାରତ ଭିତରକୁ ପଠାଇ ହିଂସାକାଣ୍ଡ କରିବାକୁ ପାକିସ୍ତାନର ଯୋଜନା ରହିଛି । ତାଲିବାନ ମଧ୍ୟ ଏସବୁ ଆତଙ୍କବାଦୀଙ୍କ ତାଲିମ କାର୍ଯ୍ୟରେ ସହଯୋଗ କରୁଥିବା ଜଣାଯାଇଛି । ସେହିପରି ଆଫଗାନ ଜେଲରୁ ବାହାରିଥିବା କେତେକ ଆତଙ୍କବାଦୀଙ୍କୁ ମଧ୍ୟ ଅନୁପ୍ରବେଶ ପାଇଁ ପ୍ରସ୍ତୁତ କରାଯାଉଛି ।

ସମ୍ବନ୍ଧିତ ଖବର