ମୁମ୍ବାଇରେ ୪୦୦-୫୦୦ କରୋନା ମୃତ୍ୟୁ ରେକର୍ଡ କରାଯାଇନି

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ତଥ୍ୟ ଠିକ୍‌ ଭାବେ ଅପଡେଟ୍‌ କରାଯାଉନି । ସରକାରୀ ତଥ୍ୟ ଅନୁଯାୟୀ ମୁମ୍ବାଇରେ କରୋନା ମୃତ୍ୟୁସଂଖ୍ୟା ନେଇ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ବିସଙ୍ଗତି ରହିଛି। ଏହି ତଥ୍ୟ ଠିକ୍‌ ନଥିବା ଅଭି‌ଯୋଗ ହୋଇଛି। ମୁମ୍ବାଇରେ କରୋନା ମୃତ୍ୟୁସଂଖ୍ୟା ୪୦୦-୫୦୦ ଅଧିକ ରହିଛି। ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଅଭିଯୋଗ କରିଛନ୍ତି, ମୁମ୍ବାଇ ସହରରେ ହୋଇଥିବା ପ୍ରାୟ ୯୫୧ ମୃତ୍ୟୁକୁ ବିଏମ୍‌ସି ଗଣତି କରିନି। ‌ସେ ଅଭିଯୋଗ କରିଛନ୍ତି ଯେ, ବିଭିନ୍ନ ହସ୍ପିଟାଲ୍‌ ଗୁଡ଼ିକ ପ୍ରାୟ ୫୦୦ ଜଣଙ୍କ କୋଭିଡ୍‌-୧୯ ରେ ମୃତ୍ୟୁ ହୋଇଛି ବୋଲି କୁହିଥିଲେ ମଧ୍ୟ ମୃତ୍ୟୁ ଯାଞ୍ଚ କମିଟି ଏହାକୁ ତଥ୍ୟରେ ଯୋଡ଼ିନାହିଁ।

ଏଭଳି ଅଭିଯୋଗ ହେବାପରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ଡ. ପ୍ରଦୀପ ବ୍ୟାସ ସମସ୍ତ ପୌର ନିମଗ ଏବଂ ଜିଲ୍ଲାମାନଙ୍କୁ ନୋଟିସ୍‌ କରିଛନ୍ତି। କୋଭିଡ୍‌-୧୯ ତଥ୍ୟର ପୁନଃ ସମୀକ୍ଷା ପାଇଁ କୁହାଯାଇଛି। ଫଡ଼ନାବିସ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଏନେଇ ଚିଠି ଲେଖିଛନ୍ତି। କୋଭିଡ୍‌ ମୃତ୍ୟୁ ଲୁଚାଇବା ଏକ ଅପରାଧ ବୋଲି ସେ କହିଛନ୍ତି। ପ୍ରତି ଜିଲ୍ଲାରେ ଡେଥ୍‌ ଅଡିଟ୍‌ କମିଟି ଗଠନ ହୋଇଛି। ତେବେ କେଉଁ ଚାପରେ ଏହି କମିଟି ସଠିକ୍ ମୃତ୍ୟୁସଂଖ୍ୟା ରେକର୍ଡ କରୁନାହିଁ ବୋଲି ଫଡ଼ନାବିସ କହିଛନ୍ତି।

ସମ୍ବନ୍ଧିତ ଖବର