ଆତଙ୍କବାଦୀଙ୍କ ସହ ମୁକାବିଲା ଲାଗି ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିବେ ଯବାନ, ଏକେ-୪୭ର ଗୁଳି ମଧ୍ୟ ଭେଦ କରିପାରିବ ନାହିଁ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ସୀମାରେ ନିୟୋଜିତ ହୋଇଥିବା ଯବାନମାନଙ୍କୁ ସରକାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯବାନମାନଙ୍କର ସୁରକ୍ଷା ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଏଗୁଡ଼ିକ ଏଭଳି ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଯାହାକୁ ଏକେ-୪୭ର ଗୁଳି ମଧ୍ୟ ଭେଦ କରିପାରିବ ନାହିଁ ।

ଆତଙ୍କବାଦୀଙ୍କ ସହିତ ମୁକାବିଲା କରିବାକୁ ଭାରତୀୟ ଯବାନମାନେ ବୁଲେଟ୍‌ଫ୍ରୁଫ୍ ଜ୍ୟାକେଟ୍ ପିନ୍ଧିବେ ବୋଲି ଜଣାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଯବାନମାନଙ୍କ ଲାଗି ୪୦ ହଜାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରୁଥିବା ଜଣାଯାଇଛି ।

40000 indigenous bulletproof jackets supplied to Indian Army
image source-vtvgujarati.com

ଏସ୍ଏମ୍‌ପିପି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିକୁ ଏହି ଜ୍ୟାକେଟ୍ ତିଆରି କରିବାକୁ କୁହାଯାଇଛି । ସରକାର ୨୦୨୧ ସୁଦ୍ଧା ଜ୍ୟାକେଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କଂପାନି ପକ୍ଷରୁ କୁହାଯାଇଛି ଯେ ୨୦୨୦ ଶେଷ ସୁଦ୍ଧା ସବୁ ଜ୍ୟାକେଟ୍ ପ୍ରସ୍ତୁତ ହୋଇଯିବ । ପ୍ରଥମ ବର୍ଷ ୩୬ ହଜାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦିଆଯିବ ବୋଲି ମଧ୍ୟ ଏସ୍ଏମ୍‌ପିପି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,ଗତବର୍ଷ ଏଭଳି ୧.୮୬ ଲକ୍ଷ ଜ୍ୟାକେଟ୍ ପ୍ରସ୍ତୁତ କରିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଏସ୍ଏମ୍‌ପିପି ସହିତ ଚୁକ୍ତି କରିଥିଲା ।

ସମ୍ବନ୍ଧିତ ଖବର