ଜମ୍ମୁ ଓ କଶ୍ମୀରରେ ୧୫ ହଜାର କୋଟି ନିବେଶ କରିବେ ୪୧ଟି କମ୍ପାନି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ଭାରତ ସରକାର ଏହି କେନ୍ଦ୍ର ଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶିଳ୍ପ ବିକାଶ ମାଧ୍ୟମରେ କଶ୍ମୀରକୁ ପୁଣି ଥରେ ଭୂସ୍ୱର୍ଗ କରିବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ସରକାରଙ୍କ ଉଦ୍ୟମ ଫଳରେ ଏବେ ଶିଳ୍ପ ଜଗତ କଶ୍ମୀରରେ ନିବେଶ କରିବାକୁ ଆଗେଇ ଆସିଛି ।

ସରକାରୀ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ୪୧ଟି କମ୍ପାନି ରାଜ୍ୟରେ ମୋଟ ୧୫ ହଜାର କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏସବୁ ନିବେଶ ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ, ହୋଟେଲ, ପ୍ରତିରକ୍ଷା, ବୈଷୟିକ ଶିକ୍ଷା, ଅଣପାରମ୍ପରିକ ଶକ୍ତି, ଉତ୍ପାଦନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଆସିଛି । ଜମ୍ମୁ ଓ କଶ୍ମୀରରେ ନିବେଶ ପାଇଁ ପ୍ରସ୍ତାବ ଦେଇଥିବା କମ୍ପାନିମାନଙ୍କ ମଧ୍ୟରେ ରହିଛନ୍ତି ଜାକସନ ଗ୍ରୁପ, ଇଣ୍ଡୋ-ଆମେରିକାନ ସିନର୍ଜି, ଏଚସିଏଚ,ଆତ୍ମୀୟ ଫିଲଡକନ ଆଦି । ଏହି କମ୍ପାନିମାନେ ସରକାରଙ୍କଠାରୁ ଶସ୍ତାରେ ଜମି ଓ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଟିକସ ରିହାତି ଚାହୁଁଛନ୍ତି । ସେମାନେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପକ୍ଷରେ ସରକାର ଆସନ୍ତା ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଶ୍ରୀନଗରରେ ଏକ ପୁଞ୍ଜିନିବେଶ ସମ୍ମିଳନୀ କରିବାକୁ ଯୋଜନା କରୁଛନ୍ତି । ଏହାଛଡ଼ା ଶିଳ୍ପ ବିକାଶ ପାଇଁ ଜମ୍ମୁ ଓ କଶ୍ମୀରରେ ୧୨ଟି ଶିଳ୍ପାଞ୍ଚଳ (ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌) ସ୍ଥାପନ କରିବାକୁ ସରକାର ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର