କାଇରୋ: ଇଜିପ୍ଟର ଗିଜାସ୍ଥିତ ଏକ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି। ବାସ୍ତବରେ ଚର୍ଚ୍ଚରେ ନିଆଁ ଲାଗିବା ପରେ ଶ୍ରଦ୍ଧାଳୁମାନେ ଜୀବନ ବଞ୍ଚାଇବାକୁ ଦୌଡିବାକୁ ଲାଗିଥିଲେ, ଆଉ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ଚର୍ଚ୍ଚରେ ପ୍ରାର୍ଥନା କରିବାକୁ ପ୍ରାୟ ୫,୦୦୦ ଲୋକ ଏକତ୍ରିତ ହୋଇଥିଲେ। ଏହି ଘଟଣା ଇଜିପ୍ଟର ରାଜଧାନୀ କାଇରୋର ଗିଜା ସହରରେ ଘଟିଥିଲା। ସୂଚନା ଅନୁଯାୟୀ,ଦଳାଚକଟାରେ ଅଧିକାଂଶ ଶିଶୁଙ୍କ ସହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣାରେ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିକାଣ୍ଡ ଯୋଗୁଁ ଚର୍ଚ୍ଚର ବହୁ କ୍ଷତି ହୋଇଛି। ତେବେ ଚର୍ଚ୍ଚରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ ସର୍ଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିଲା | ଆଉ ଚର୍ଚ୍ଚଟି ପୁରୁଣା ହୋଇଥିବାରୁ ନିଆଁ ଅତି ଶୀଘ୍ର ବ୍ୟାପିଯାଇଥିଲା ।
ନିଆଁ ଲାଗିବା ପରେ ଚର୍ଚ୍ଚର ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ | ଆଉ ଦଳାଚକଟାରେ ଲୋକଙ୍କ ଜୀଵନ ଚାଲିଯାଇଥିଲା | ତେବେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ନିଆଁ ବିଷୟରେ ସୂଚନା ପାଇବା ପରେ ୧୫ଟି ଦମକଳ ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/xaa.jpg)