ଏଥେନ୍ସ : ଏକ ରେଫ୍ରିଜିରେଟର୍ ଟ୍ରକ୍ ଭିତରୁ ଗ୍ରୀସ୍ ପୁଲିିସ୍ ୪୧ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛି। ସୋମବାର ଟ୍ରକ୍ଟି ଉତ୍ତର ଗ୍ରୀସ୍ ଆଡ଼େ ଯାଉଥିବା ବେଳେ ସେଥିରେ କିଛି ପ୍ରବାସୀ ଲୁଚି ରହିଥିବା ବେଳେ ଧରାପଡ଼ିଥିବା ସୂଚନା ରହିଛି।
ପ୍ରବାସୀମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଆଫ୍ଗାନିସ୍ତାନର। ରେଫ୍ରିଜିରେଟର ସିଷ୍ଟମ୍ ଅନ୍ ନଥିବା କାରଣରୁ ସେମାନେ କେହି ହେଲେ ଆହତ ହୋଇ ନଥିବା ଜାଣିବାକୁ ମିଳିଛି।
ପୁଲିସ୍ ଅଧା ବାଟରେ ଟ୍ରକ୍ଟିକୁ ଅଟକାଇ ଦୈନିକ ତନଖି କରୁଥିବା ବେଳେ ଟ୍ରକ୍ ଭିତରେ କିଛି ଲୋକ ଲୁଚି ରହିଥିବା ଦେଖିବାକୁ ପାଇଥିଲା। ପୁଲିସ୍ ଗାଡ଼ି ଚାଳକକୁ ଗିରଫ କରିବା ସହ ପ୍ରବାସୀମାନଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ପୁଲିସ୍ ଷ୍ଟେସନ୍କୁ ନେଇଥିବା ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/20575820-7647169-image-a-23_1572867583623.jpg)