ଟିଏମ୍‌ସି ତାଲିକାରେ ୪୧% ମହିଳା

ବାଦ୍ ପଡ଼ିଲେ ୧୦ ସାଂସଦ

କୋଲକାତା:  ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ସମୁଦାୟ ୪୨ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ତାଲିକାରେ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌ଙ୍କ ପରି ଲୋକପ୍ରିୟ ବଙ୍ଗଳା ଅଭିନେତ୍ରୀଙ୍କ ସମେତ ୪୧ ପ୍ରତିଶତ ମହିଳାଙ୍କ ନାମ ରହିଛି। ତେବେ କୌଣସି ଦଳ ପକ୍ଷରୁ ଏତେ ସଂଖ୍ୟକ ମହିଳା ପ୍ରାର୍ଥୀ ଦେବା ଏକ ରେକର୍ଡ ବୋଲି ମମତା କହିଛନ୍ତି। ଅପରପକ୍ଷେ, ଏଥର କିଛି ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ମିଳିବା ସହ ୧୦ ଜଣ ଟିଏମ୍‌ସି ସାଂସଦଙ୍କୁ ବାଦ୍ ଦେଇଛନ୍ତି ମମତା। ସେହିପରି ଝାଡ଼ଖଣ୍ଡ, ଆସାମ, ଓଡ଼ିଶା, ବିହାର ଏବଂ ଆଣ୍ଡାମାନ୍‌ରେ ଟିଏମ୍‌ସି ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥର ନିର୍ବାଚନ ଖୁବ୍‌ ଚ୍ୟାଲେଞ୍ଜିଂ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହଟାଇବା ହିଁ ତାଙ୍କ ଦଳର ପ୍ରମୁଖ ଲକ୍ଷ୍ୟ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର