ଓଡ଼ିଶାରେ ୫ ବର୍ଷରେ ୪୧୭ ଏଫ୍‌ସିଆର୍‌ଏ ଲାଇସେନ୍‌ସ ବାତିଲ

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୭ରୁ ୨୦୨୧ ମଧ୍ୟରେ ୪୧୭ଟି ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍‌ସିଆର୍‌ଏ) ଲ‌ାଇସେନ୍ସ ବାତିଲ ହୋଇଛି। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ। ତାଙ୍କ ସୂଚନା ହେଲା, ଗତ ୫ ବର୍ଷରେ ଦେଶର ୬୬୭୭ଟି ଏନ୍‌ଜିଓର ଏଫ୍‌ସିଆର୍‌ଏ ଲାଇସେନ୍ସ ବାତିଲ ହୋଇଛି। ଏଥିରୁ ସର୍ବାଧିକ ତାମିଲନାଡ଼ୁରେ ୭୫୫ ଏବଂ ମହାରାଷ୍ଟ୍ରରେ ୭୩୪ଟି ରହିଛି। ଆଇନର ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର