ତାମିଲନାଡୁରେ ୪୨୮ କୋଟିର ସୁନା ଓ ନଗଦ ଟଙ୍କା ଜବତ

ଚେନ୍ନାଇ: ଆସନ୍ତାକାଲି(ଏପ୍ରିଲ ୬) ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉରେ ୪୨୮ କୋଟିର ସୁନା ଓ ନଗଦ ଟଙ୍କା ଜବତ ହୋଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଏଥି ସହିତ ବିପୁଳ ପରିମାଣର ମଦ ମଧ୍ୟ ଜବତ ହୋଇଥିବା କୁହାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ସାଢ଼େ ୨୨୫ କୋଟିର ନଗଦ ଟଙ୍କା ଓ ୧୭୬.୧୧ କୋଟି ଟଙ୍କା ମୂଲ୍ୟର ସୁନା ରହିଥିବା ଜଣାଯାଇଛି। ଭୋଟଗ୍ରହଣର ପୂର୍ବ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ଓ ବଡ଼ି ଭୋର୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଫଳସ୍ବରୂପ ଗତ ୨୪ ଘଣ୍ଟା ଭିତରେ ରାଣୀପେଟ ଜିଲ୍ଲାରୁ ନଗଦ ୯୧.୫୬ ଲକ୍ଷ, ଚେନ୍ନାଇର ଥାଉଜାଣ୍ଡ୍ ଲାଇଟ୍‌ସ ବିଧାନସଭା ମଣ୍ଡଳୀରୁ ୧.୨୩ କୋଟି ଓ ସଲେମ୍‌ର ବୀରାପାଣ୍ଡି ଅଞ୍ଚଳରୁ ୧.୧୫ କୋଟି ଜବତ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି।

ସମ୍ବନ୍ଧିତ ଖବର