ଦେଶରେ ୪୨ ହଜାର ନୂଆ ଆକ୍ରାନ୍ତ, ୩୯୯୮ ମୃତ

ନୂଆଦିଲ୍ଲୀ :  ଗତ ୨୪ ଘଣ୍ଟାରେ ଦେଶରେ ୩୮୭୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୩୯୯୮କୁ ବୃଦ୍ଧି ପାଇଛି । ଗତ ପ୍ରାୟ ଏକ ମାସ ହେବ ଦୈନିକ ପଜିଟିଭିଟି ହାର ୩ ପ୍ରତିଶତ ତଳେ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ବୁଧବାର ଦିନ ୮ଟା ସୁଦ୍ଧା) ଦେଶରେ ୪୨,୦୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୯୮ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୬୯୭୭ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁସଂଖ୍ୟା ୪,୧୮,୪୮୦ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୩,୯୦,୬୮୭ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୦୭୧୭୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୪ ଲକ୍ଷ ୨୫ ହଜାର ଲୋକଙ୍କୁ ଟିକା ଦିଆଯାଇଛି  । ଏହାକୁ ମିଶାଇ ଦେଶରେ ଏବେ ୪୧ କୋଟି ୫୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.