ଦେଶରେ ୪୨,୬୪୦ ନୂଆ ଆକ୍ରାନ୍ତ, ୯୧ ଦିନରେ ସର୍ବନିମ୍ନ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୨,୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୯୧ ଦିନରେ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ । ଏହା ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୯ ଲକ୍ଷକୁ ବୃଦ୍ଧି ପାଇଛି । ଏହି ୨୪ ଘଣ୍ଟାରେ ଦେଶରେ ୧୧୬୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଫଳରେ ଦେଶର ମୋଟ ମୃତ୍ୟୁସଂଖ୍ୟା ୩,୮୯,୩୦୨କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଗତ ୧୪ ଘଣ୍ଚାରେ ଦେଶରେ ପ୍ରାୟ ୮୧,୮୩୯ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୮୯ ଲକ୍ଷକୁ ବୃଦ୍ଧି ପାଇଛି । ଏହା ସହିତ ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୨ ହଜାର ୫୨୧ କୁ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ଦେଶରେ ଗତ କାଲି ରେକର୍ଡ ୮୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ସୁଦ୍ଧା ମୋଟ ୨୮ କୋଟି ୮୭ ଲକ୍ଷ ଡୋଜ୍ ଟିକା ଦିଆଯାଇସାରଲାଣି ।

ସମ୍ବନ୍ଧିତ ଖବର