ଗୁଜରାଟ ବିଧାନସଭା ନିର୍ବାଚନ: ବିଜେପି ଟିକେଟ ଦେଇଥିବା ୪୫ ନୂଆ ମୁହଁ ମଧ୍ୟରୁ ୪୩ ବିଜୟୀ

ନୂଆ ବିଧାନସଭାରେ ୧୫ ମହିଳା ବିଧାୟକ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ୪୫ ବିଧାୟକଙ୍କୁ ଟିକେଟ୍‌ ନଦେଇ ୪୫ ଜଣ ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଉକ୍ତ ୪୫ ଜଣଙ୍କ ମଧ୍ୟରୁ ୪୩ ଜଣ ନିର୍ବାଚନ ଜିତିଛନ୍ତି। ସରକାର ବିରୋଧୀ ମାନସିକତାକୁ ଦବାଇବାପାଇଁ ବିଜେପି ୪୫ ବିଧାୟକଙ୍କୁ ଟିକେଟ ଦେଇନଥିଲା। ତେବେ ବିଜେପିର ଏହି ଏଜେଣ୍ଡା କାମ ଦେଇଛି। ଅନ୍ୟପକ୍ଷେ ଚଳିତ ନିର୍ବାଚନରେ ୧୫ ଜଣ ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ‌ହୋଇଛନ୍ତି। କ୍ରିକେଟର ଏବଂ ବିଜେପି ନେତା ରବିନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିୱାବା ଜାଡ଼େଜାଙ୍କ ସମେତ ମୋଟ୍‌ ୧୫ ଜଣ ମହିଳା ବିଧାୟକ ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ୧୩ ଜଣ ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ଥର ୩୬ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ। ଅନ୍ୟପକ୍ଷେ ଚଳିତ ନିର୍ବାଚନରେ ୨୧ ଜଣ ପୂର୍ବତନ ବିଧାୟକ ଏବଂ ସାଂସଦମାନଙ୍କର ପୁଅ ନିର୍ବାଚନ ମଇଦାନରେ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ନିର୍ବାଚନ ଜିତିଛନ୍ତି। ବିଜେପି ୬ ଜଣ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ପୁଅକୁ ଟିକେଟ ଦେଇଥିଲା ଏବଂ ସମସ୍ତେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର