ରାଞ୍ଚି: ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ମଧ୍ୟରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ମତଦାନ ହେବ। ଏହା ସହିତ ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ। କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ଆସନରୁ ନିଜର ନିର୍ବାଚନୀ କ୍ୟାରିୟର ଆରମ୍ଭ କରିବେ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାଡ଼ିବା ପରେ ଏହି ଆସନଟି ଖାଲି ରହିଥିଲା ।
କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ଆସନରୁ ନିଜର ନିର୍ବାଚନୀ କ୍ୟାରିୟର ଆରମ୍ଭ କରିବେ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାଡ଼ିବା ପରେ ଏହି ଆସନଟି ଖାଲି ରହିଥିଲା ।
୧୦ଟି ରାଜ୍ୟର ବାକି ୩୧ଟି ବିଧାନସଭା ଆସନ ମଧ୍ୟରୁ ୪ଟି ଆସନ ଏସସି ପ୍ରାର୍ଥୀଙ୍କ ପାଇଁ ଓ ୬ଟି ଆସନ ଏସଟି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଝାଡ଼ଖଣ୍ଡରେ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୧୫ଟି ଜିଲ୍ଲାର ୪୩ଟି ଆସନ ପାଇଁ ମତଦାନ ହେବ। ରାଜ୍ୟରେ ୨.୬ କୋଟି ଭୋଟର ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୦୯ ଜଣ ପୁରୁଷ, ୭୩ ଜଣ ମହିଳା ଓ ଜଣେ କିନ୍ନର ପ୍ରାର୍ଥୀଙ୍କୁ ମିଶାଇ ୬୮୩ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୫ ଜଣ କୋଟିପତି ହୋଇଥିବା ବେଳେ ୧୭୪ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି।