ନୂଆଦିଲ୍ଲୀ : ୮୮ ରାଷ୍ଟ୍ରରେ ମୋଟ୍ ୪,୩୫୫ ପ୍ରବାସୀ ଭାରତୀୟଙ୍କର କରୋନାରେ ମୃତ୍ୟୁ ହୋଇଛି। ସାଉଦି ଆରବରେ ସର୍ବାଧିକ ୧୨୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୟୁଏଇରେ ୮୯୪ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୂରଲୀଧରନ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଭି ମୁରଲିଧରନ କହିଛନ୍ତି, କୁଏତରେ ୬୬୮ ପ୍ରବାସୀ ଭାରତୀୟଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଓମାନ୍ରେ ୨୦୩ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ୫ ପ୍ରବାସୀ ଭାରତୀୟ ଏବଂ ରୁଷ୍ରେ ୧୫ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସେହିପରି କତାରରେ ୧୧୩ ଏବଂ ମାଲେସିଆରେ ୧୮୬ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ହୋଇଛି। କରୋନାର ଶିକାର ହୋଇ ପ୍ରାଣ ହରାଇଥିବା ମୋଟ୍ ୪୩୫୫ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ୧୨୭ ଜଣଙ୍କ ମରଶରୀର ଶେଷକୃତ ପାଇଁ ଭାରତ ଅଣାଯାଇଛି। ମନ୍ତ୍ରୀ କହିଛନ୍ତି, ଯେଉଁଠି ଅନୁରୋଧ କରାଯାଇଛି ସେଠି ମୃତକଙ୍କ ଶରୀର ଭାରତ ଆଣିବାପାଇଁ ଆର୍ଥିକ ସହଯୋଗ ଭାରତୀୟ ଗୋଷ୍ଠୀ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମୂରଲୀଧରନ କହିଛନ୍ତି, ୭,୯୨୫ ଭାରତୀୟ କଏଦୀ ବିଶ୍ବବ୍ୟାପୀ ବିଭିନ୍ନ ଜେଲ୍ରେ ରହିଛନ୍ତି। ୟୁଏଇରେ ସର୍ବାଧିକ ୧୬୬୩ ଭାରତୀୟ କଏଦୀ ଥିବାବେଳେ ସାଉଦି ଆରବରେ ୧୩୬୩ କଏଦୀ ଅଛନ୍ତି।
୪,୩୫୫ ପ୍ରବାସୀ ଭାରତୀୟଙ୍କର କରୋନାରେ ମୃତ୍ୟୁ ହୋଇଛି
/sambad/media/post_attachments/wp-content/uploads/2021/11/corona-dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)