ୟୁକ୍ରେନ୍‌ ଗଣକବରରୁ ମିଳିଲା ୪୩୬ ଶବ

କିବ୍‌ : ୟୁକ୍ରେନର ପୂର୍ବ ସହର ଇଜିୟମରେ ଏକ ଗଣ କବରରୁ ୪୩୬ଟି ଶବ ମିଳିଛି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଅତି ଭୟଙ୍କର ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଖାରକିଭ ଗଭର୍ଣ୍ଣର ଓଲେହ ସିନିହୁବଭ କହିଛନ୍ତି, ଚଳିତ ମାସରେ ୟୁକ୍ରେନ ଦଖଲ କରିଥିବା ଅଞ୍ଚଳରୁ ଅଧିକ ୩ଟି ଗଣ କବର ଠାବ ହୋଇଛି। ରୁଷ୍‌ ଅତି ଭୟଙ୍କର ନିର୍ଯାତନା ଦେଇ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ‌ହୋଇଛି।

ଇତି ମଧ୍ୟରେ ଜାତିସଂଘ ତଦନ୍ତକାରୀ ଟିମ୍‌ କହିଛନ୍ତି, ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ହୋଇଛି। ରୁଷ୍‌ ସାଧାରଣ ଜନବସତି ଅଞ୍ଚଳରେ ଅତି ଭୟଙ୍କର ବୋମାମାଡ଼ କରିଛି ଏବଂ ନାଗରିକଙ୍କୁ ନିର୍ଯାତନା ଦେଇ ମାରିଛି। ଯୌନ ନିର୍ଯାତନା ସଂକ୍ରାନ୍ତ ପ୍ରମାଳ ମିଳିଛି। ଜାତିସଂଘ ତଦନ୍ତକାରୀ ଦଳର ମୁଖ୍ୟ ଏରିକ୍‌ ମୋସ୍‌ ଜାତିସଂଘ ମାନବାଧିକାର କମିସନ୍‌ରେ କହିଛନ୍ତି, ସଂଗୃହିତ ତଥ୍ୟ ପ୍ରମାଣରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ହୋଇଛି।

ସମ୍ବନ୍ଧିତ ଖବର