ଶୋଷ ହେବାରୁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚି ଯାଇଥିଲେ ଏହି ଯବାନ

ପୁଲୱାମା: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେତୁ ସିଆରପିଏଫର ୪୦ଜଣ ଯବାନଙ୍କୁ ହରାଇବା ପରେ ସମଗ୍ର ଦେଶର ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ଏହି ଆକ୍ରମଣକୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି। ତେବେ ବିସ୍ଫୋରଣ ଘଟିଥିବା ବସ୍‌ରେ ଜଣେ ଯବାନ ବସିଥିଲେ। ବସିଥିବା ସମୟରେ ତାଙ୍କୁ ଜୋର୍‌ରେ ଶୋଷ ହୋଇଥିଲା। ଏହି ଶୋଷ ଉକ୍ତ ଯବାନଙ୍କ ଜୀବନ ବଞ୍ଚାଇ ଦେଇଛି। ବିସ୍ଫୋରଣ ହୋଇଥିବା ବସ୍‌ରେ ବସିଥିବା ସମୟରେ ଜଣେ ଯବାନଙ୍କୁ ଛୁଟି ମଞ୍ଜୁର ହୋଇଯାଇଥିଲା। ତେଣୁ ସେ ବସ୍‌ରୁ ଓହ୍ଲାଇ ପଳାଇ ଆସିଥିଲେ।

ସୂଚନାଯୋଗ୍ୟ, ଆସାମରେ ବସବାସ କରୁଥିବା ବବଲୁ ଦାସ ସେହି ଦଳର ଯବାନ ଥିଲେ, ଯେଉଁଥିରେ ସିଆରପିଏଫ୍‌ ଯବାନ ନିଜ କାର୍ଯ୍ୟସ୍ଥଳୀକୁ ଯାଉଥିଲେ । ବବଲୁ ଦାସଙ୍କୁ ମଧ୍ୟ ସେହି ବସରେ ବସିବାର ଥିଲା, ଯେଉଁ ବସ୍‌ଟି ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ତାଙ୍କୁ ସେହି ସମୟରେ ଶୋଷ ଲାଗିଥିଲା ଓ ସେ ପାଣି ପିଇବାକୁ ବସ୍‌ରୁ ତଳକୁ ଓହ୍ଲାଇ ପଡ଼ିଥିଲେ। ପାଣି ପିଇ ବସ୍‌ରେ ଚଢ଼ିଥିଲେ ହେଁ, ଅଧିକାଂଶ ବସରେ ସିଟ୍‌ ନଥିଲା। ସେଥିପାଇଁ ସେ ଶେଷ ବସ୍‌କୁ ବସିବା ପାଇଁ ଯାଇଥିଲେ।

ବବୁଲଙ୍କ ପତ୍ନୀ ସୁପର୍ଣ୍ଣାଙ୍କ କହିବାନୁସାରେ, ସେ ଏହି ବିସ୍ଫୋରଣ ବିଷୟରେ ଖବର ପାଇ ବବୁଲକୁ ଫୋନ୍‌ କରିଥିଲେ। କିନ୍ତୁ ସେ ସ୍ୱାମୀଙ୍କ ସହ କଥା କହି ପାରି ନଥିଲେ। କାରଣ ବବୁଲ ଆଖି ସାମ୍ନାରେ ନିଜର ୪୦ଜଣ ସାଥୀଙ୍କୁ ହରାଇ ସ୍ଥାଣୁ ପାଲଟି ଯାଇଥିଲେ। ପରେ ସେହି ଦିନ ସନ୍ଧ୍ୟାରେ ବବଲୁ ଦାସ ନିଜ ଆଡୁ ଫୋନ୍‌ କରି ସମସ୍ତ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର