ପାଟନା: ବିହାରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗୋଟିଏ ଦିନରେ ୪୪ ଜଣଙ୍କ ମୃତ୍ୟୁ ଘଟଣା ଆତଙ୍କ ସୃଷ୍ଟି କରିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି । ଔରଙ୍ଗାବାଦ ଜିଲ୍ଲାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୟାରେ ୨୦ ଜଣ ଏବଂ ନବାଦାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ପାଟନାରେ ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିଲା। ୨୨ ଜୁନ୍ ପର୍ଯ୍ୟନ୍ତ ବିହାର ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ପାଇବ ନାହିଁ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ସରକାର ଏନେଇ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ବିହାରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଦିନକରେ ୪୪ ମୃତ
/sambad/media/post_attachments/wp-content/uploads/2019/06/dead-body.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)