ଓଡ଼ିଶାରେ ୪୪୪ ହଜାର ଆଦିବାସୀଙ୍କୁ ମିଳିଛି ଜଙ୍ଗଲ ଅଧିକାର ସ୍ବତ୍ତ୍ବ

ନୂଆଦିଲ୍ଲୀ : ଓଡ଼ିଶାରେ ୪୪୪ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ସ୍ବତ୍ତ୍ବ ମିଳିଛି। ଏଥିମଧ୍ୟରୁ ୪୩୭ ହଜାର ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ମିଳିଥିବାବେଳେ ୭ ହଜାର ଆଦିବାସୀଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମିଳିଛି।

ଓଡ଼ିଶାରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଁ ସମୁଦାୟ ୬୨୧ ହଜାର ଆଦିବାସୀ ଦାବିଦାର ଥିଲେ। ଏଥିମଧ୍ୟରୁ କେବଳ ୪୩୭ ହଜାର ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଟାଇଟଲ (ମାଲିକାନା ସ୍ବତ୍ତ୍ବ) ମିଳିଛି। ଅପରପକ୍ଷେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ସମୁଦାୟ ୧୪ ହଜାର କ୍ଲେମରୁ ୭ ହଜାର ଆଦିବାସୀଙ୍କୁ ଗୋଷ୍ଠୀଗତ ମାଲିକାନା ସ୍ବତ୍ତ୍ବ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଦ୍ବାରା ଉନ୍ମୋଚନ କରାଯାଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଅନଲାଇନ ପରଫରମାନ୍ସ ବେସଡ୍ ଡ୍ୟାସବୋର୍ଡ ଏମ୍ପାୱାରିଂ ଟ୍ରାଇଭଲ୍ସ ଟ୍ରାନ୍ସଫରମିଂ ଇଣ୍ଡିଆରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁସାରେ ରାଜ୍ୟୱାରି ଚିହ୍ନଟ ଜଙ୍ଗଲ ଜମି ସମ୍ପ୍ରସାରଣରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଅନ୍ତର୍ଗତ ୬.୫୨ ଲକ୍ଷ ଏକର ଜମି ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଅନ୍ତର୍ଗତ ୨.୩୫ ଲକ୍ଷ ଏକର ଜମି ରହିଛି। ଡ୍ୟାସବୋର୍ଡରେ ଉପଲବ୍ଧ ସୂଚନା ଅନୁସାରେ, ୪,୧୦୧,୬୮୯ ଜଣ ଦାବି କରିଥିବାବେଳେ ଏଥିମଧ୍ୟରୁ ୧,୯୦୫,୭୨୬ ଜଣଙ୍କୁ ମାଲିକାନା ସ୍ବତ୍ତ୍ବ ପ୍ରଦାନ କରାଯାଇଥିଲା। ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ୧୪୮,୯୧୩ କ୍ଲେମ୍ ରୁ ୭୬,୩୭୭ ଜଣକୁ ମାଲିକାନା ସ୍ବତ୍ତ୍ବ ମିଳିଥିଲା। ସେହିଭଳି ସର୍ବଭାରତୀୟ ସ୍ତରରେ ଚିହ୍ନଟ ଜଙ୍ଗଲ ଜମି ସମ୍ପ୍ରସାରଣରେ ୪,୧୬୫,୪୩୧ ଲକ୍ଷ ଏକର ଜମି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଶ୍ରେଣୀରେ ଥିବାବେଳେ ୮,୮୦୫,୨୬୪ ଲକ୍ଷ ଏକର ଜମି ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଅନ୍ତର୍ଗତ ରହିଛି। ଡ୍ୟାସବୋର୍ଡର ତଥ୍ୟରେ ୪୬.୬୩ ପ୍ରତିଶତ ମାଲିକାନା ସ୍ବତ୍ତ୍ବ ପ୍ରଦାନ କରାଯାଇଥିବା ବେଳେ ୪୧.୩୪ ପ୍ରତିଶତ ଦାବି ଖାରଜ ହୋଇଛି ଓ ୧୨.୦୩ ପ୍ରତିଶତ ଦାବି ବିଭିନ୍ନ ପର୍ଯ୍ୟାରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର