ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ୬୧ ହେକ୍ଟର ଜମି କିଣିବାପାଇଁ ଯୋଗୀ ସରକାର ୪୪୭ କୋଟି ଟଙ୍କା ମଂଜୁର କରିଛନ୍ତି। ଅଯୋଧ୍ୟାରେ ବିଶ୍ବର ସର୍ବବୃହତ୍ ଶ୍ରୀରାମ ପ୍ରତିମୂର୍ତ୍ତି ସ୍ଥାପନ ହେବ। କ୍ୟାବିନେଟ୍ ବୈଠକରେ ଏସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ତେବେ ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀରାମ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବୈଷୟିକ କାର୍ଯ୍ୟ ନିମନ୍ତେ ପୃଥକ ଭାବେ ୨୦୦ କୋଟି ଟଙ୍କା ମଂଜୁର କରାଯାଇଥିଲା। ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ରାୟ ଦେବାର ଅବ୍ୟବହିତ ପୂର୍ବରୁ ସରକାର ରାମ ପ୍ରତିମୂର୍ତ୍ତି ପାଇଁ ଜମି କିଣିବାକୁ ପାଣ୍ଠି ଆବଣ୍ଟନ କରିଛନ୍ତି।
ଅଯୋଧ୍ୟାରେ ଶ୍ରୀରାମ ପ୍ରତିମୂର୍ତ୍ତି ପାଇଁ ଜମି କିଣିବାକୁ ୪୪୭ କୋଟି
/sambad/media/post_attachments/wp-content/uploads/2019/08/ayodhya-babri-mosque_650x400_81512560275.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)