ବିମାନ ଦୁର୍ଘଟଣାରେ ୪୫ ମୃତ

କାଗାୟନ ଡି ଓରୋ (ଫିଲିପାଇନ୍ସ) : ଫିଲିପାଇନ୍ସର ଦକ୍ଷିଣ ପ୍ରଦେଶରେ ସୈନିକଙ୍କୁ ନେଇ ଯାଉଥିବା ବାୟୁସେନାର ସି-୧୩୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅତି କମ୍‌ରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବାୟୁସେନାର ସୈନିକ ଥିବା ଜଣାପଡ଼ିଛି। ବିମାନରେ ଚାଳକ ଦଳ ସମେତ ମୋଟ ୯୬ ଜଣ ଥିଲେ। ୫୦ ଜଣଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିମାନଟି ଦକ୍ଷିଣ ପ୍ରଦେଶର ସହର କାଗାୟନ ଡି ଓରୋରୁ ଆଜି ସକାଳେ ବାୟୁସେନା କର୍ମୀଙ୍କୁ ନେଇ କୋ ଲେ ଅଭିମୁଖେ ଯାଉଥିଲା। ମଝି ଆକାଶରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିବା ପରେ ଜଳି ଯାଇଥିଲା। ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ଏବଂ ବାୟୁସେନାର ବିଶେଷଜ୍ଞ ଦଳ ଏହାର ତଦନ୍ତ ଜାରି ରଖିଛନ୍ତି। ତେବେ ପ୍ରତିକୂଳ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର