ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କ, ଦମ୍ପତ୍ତିଙ୍କଠାରୁ ମିଳିଲା ୪୫ଟି ମାଉଜର

ନୂଆଦିଲ୍ଲୀ : ଗତ ସୋମବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏପରି ଏକ ଘଟଣା ଘଟିଛି ଯାହାକୁ ନେଇ ବିମାନବନ୍ଦର କର୍ମଚାରୀମାନେ ତାଜୁବ ହୋଇଯାଇଛନ୍ତି । ଭିଏତନାମରୁ ଫେରିଥିବାରୁ ଗୋଟିଏ ଦମ୍ପତ୍ତିଙ୍କ ସୁଟକେସରୁ ୪୫ଟି ମାଉଜର ମିଳିଛି । ସେମାନଙ୍କୁ ପୁଲିସ ଗିରଫ କରିଛି ।

ଗିରଫ ଦମ୍ପତ୍ତିଙ୍କ ନାମ ହେଉଛି ଜଗଜିତ ସିଂ ଓ ଜସଓ୍ବିନ୍ଦର କୌର । ଉଭୟ ହେଉଛନ୍ତି ଗୁରୁଗ୍ରାମର ବାସିନ୍ଦା । ସେମାନଙ୍କ ସହ ତାଙ୍କ ୧୭ ବର୍ଷୀୟ ଝିଅ ମଧ୍ୟ ଥିଲା ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନେ ଗତ ସୋମବାର ଦିନ ଭିଏତନାମର ହୋଚି ମିନ ସହରରୁ ନୂଆଦିଲ୍ଲୀ ଆସିଥିଲେ । କଷ୍ଟମ୍ସ ଯାଞ୍ଚ ବେଳେ ସେମାନଙ୍କ ସୁଟକେସରେ ୪୫ଟି ମାଉଜର ଥିବା ଜଣାପଡ଼ିଥିଲା । ସେଗୁଡ଼ିକର ମୂଲ୍ୟ ପ୍ରାୟ ୨୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେମାନଙ୍କୁ ପଚରାଉଚୁରା ବେଳେ ଜଣାପଡ଼ିଥିଲା ଯେ ଜଗଜିତଙ୍କ ବଡ଼ ଭାଇ ସେଦିନ ପ୍ୟାରିସରୁ ଫେରିଥିଲେ । ସେ ବିମାନବନ୍ଦରରେ ଦୁଇଟି ଟ୍ରଲି ବ୍ୟାଗ୍ ଜଗଜିତଙ୍କୁ ଧରେଇ ଦେଇ ଫେରାର ହୋଇଯାଇଥିଲେ ।

ଜେରା ବେଳେ ବେ​ଳେ ଜଣାପଡ଼ିଥିଲା ଯେ ସେମାନେ ପୂର୍ବରୁ ମଧ୍ୟ ବିଦେଶରୁ ବନ୍ଧୁକ ଚୋରାଚାଲାଣ କରିଥିଲେ । ପୂର୍ବରୁ ତୁର୍କୀରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ୨୫ଟି ମାଉଜର ଆଣିଥିବା ସେମାନେ ସ୍ବୀକାର କରିଛନ୍ତି ।

ସମ୍ବନ୍ଧିତ ଖବର