ଉତ୍ତରାଖଣ୍ଡ: ଗିରିଖାତରେ ବସ୍‌ ପଡ଼ି ୪୫ ମୃତ

ଡେରାଡୁନ: ଆଜି ସକାଳେ ପୌରି ଗଡ଼ଓ୍ଵାଲ୍‌ ଠାରେ ଏକ ମିନିବସ୍‌ ଗିରିଖାତରେ ଖସିପଡ଼ିବାରୁ ୪୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣାରେ ଅନ୍ୟ ଚାରି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ନୈନିଦଣ୍ଡା ବ୍ଲକ୍‌ ଅନ୍ତର୍ଗତ ପିପାଲି-ଭୋଅାଁ ମୋଟର୍‌େଓ୍ଵ’ର ଗ୍ଵିଓ୍ଵିନ୍‌ ଗାଁ ନିକଟରେ ଦୁର୍ଘଟଣା ଘଟିଥିବା ପ୍ରକାଶ।

ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ମିନିବସ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ୨୦୦ ମିଟର୍‌ ଗରିଖାତକୁ ଖସି ପଡ଼ିଥିଲା ବୋଲି କୁହାଯାଉଛି। ପୁଲିସ ଏବଂ ଏନ୍‌ଡିଆର୍‌ଏଫ୍‌ ଦଳ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ମିଳିଥିବା ଖବର ଅନୁସାରେ, ଯାତ୍ରୀମାନଙ୍କୁ ନେଇ ଭୋଅାଁ’ରୁ ରାମନଗରକୁ ଯାତ୍ରା କରୁଥିଲା। ଦୁର୍ଘଟଣାର କାରଣ ଓ ପ୍ରକୃତ ଯାତ୍ରୀଙ୍କ ସଂଖ୍ୟା ଜଣା ନ ପଡ଼ିଥିଲେ ବି ବସ୍‌ ଗିରିଖାତରେ ପଡ଼ିବାମାତ୍ରେ ଅଧିକାଂଶ ଯାତ୍ରୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

ରାଜ୍ୟପାଳ କେ କେ ପଲ୍‌ ଏବଂ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ଦୁର୍ଘଟଣାଜନିତ ଜୀବନହାନି ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ଆହତ ଏବଂ ମୃତବ୍ୟକ୍ତିଙ୍କ ଜ୍ଞାତିମାନଙ୍କୁ ସବୁମତେ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତ ଯାତ୍ରୀମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରାଓ୍ଵତ୍‌।

ସମ୍ବନ୍ଧିତ ଖବର