ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାର ବି ୪୫ ବିରୋଧୀ ଦଳ ସାଂସଦଙ୍କୁ ସମୁଦାୟ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳିତ ଆଚରଣ ଓ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିବା ଗୃହର ସଭାପତ ଜଗଦୀପ ଧନଖଡ଼ ସେମାନଙ୍କୁ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ଆଜି ଲୋକସଭାରୁ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

Advertisment

ଗତ ୧୪ ତାରିଖରେ ମଧ୍ୟ ସଂସଦରୁ ୧୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ତା ପୂର୍ବରୁ ବି କିଛି ସାଂସଦ ନିଲମ୍ବିତ ଅଛନ୍ତି । ଫଳରେ ଆଜିକୁ ମିଶାଇ ପାଖାପାଖି ୧୦୦ ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହା ସରକାରଙ୍କ ଅହଙ୍କାର ବୋଲି କଂଗ୍ରେସ କହିଛି ।

ରାଜ୍ୟସଭାରୁ ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ପ୍ରମୋଦ ତିୱାରୀ, ଜୟରାମ ରମେଶ, କେସି ବେଣୁଗୋପାଳ, ରାମନାଥ ଠାକୁର, ମନୋଜ ଝା, ରାମ ଗୋପାଳ ଯାଦବ, ଜାଭେଦ ଅଲ୍ଲୀ ଖାନ୍, ମହୁଆ ମାଜି, ଶାନ୍ତନୁ ସେନ୍, ସମୀରୁଲ ଇସଲାମ, ଫୟାଜ ଅହମ୍ମଦ, ଅଜିତ କୁମାର, ନାରାୟଣଭାଇ ଜେଠୱା, ରଞ୍ଜିତ ରଂଜନ, ରଣଦୀପ ସୁରଜେୱାଲା, ରଜନୀ ପାଟିଲ, ଏମ ସଙ୍ଗମ, ଅମି ୟାଗନିକ, ଫୁଲୋ ଦେବୀ ନେତାମ ଏବଂ ମୌସମ ନୁର । ଏହି ୪୫ ଜଣ ସାଂସଦଙ୍କ ମଧ୍ୟରୁ ୩୪ ଜଣଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବିତ କରାଯାଇଥିବା ବେଳେ ୧୧ ଜଣ ସାଂସଦଙ୍କୁ ପ୍ରିଭିଲେଜ୍ (ବିଶେଷାଧିକାର ) କମିଟି ରିପୋର୍ଟ ଦାଖଲ ନ କରିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।

ଏହା ପୂର୍ବରୁ ଲୋକସଭାରୁ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଫଳରେ ଆଜି ଗୋଟିଏ ଦିନରେ ଉଭୟ ଗୃହକୁ ମିଶାଇ ମୋଟ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ କେ. ଜୟକୁମାର, ଅପୂର୍ବ ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ବଶିର, ଜି. ସେଲଭମ୍, ସିଏନ୍ ଆନ୍ନାଦୁରାଇ, ଡକ୍ଟର ଟି ସୁମତି, କେ. ନବସ୍କାନି, କେ ବୀରସ୍ୱାମୀ, ଏନ୍ କେ ପ୍ରେମଚନ୍ଦ୍ରନ ।