ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ୩୫୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହା ସହ ୩୬୬ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ୩୪ ହଜାର ୭୯୧ ଜଣ ସୁସ୍ଥ ହୋଇଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ ଆରୋଗ୍ୟ ହାର ୯୭.୪୫ ପ୍ରତିଶତରେ ପହଂଚିଛି | ବର୍ତ୍ତମାନ ସୁଦ୍ଧା ଭାରତରେ ୩ ଲକ୍ଷ ୯୯ ହଜାର ୭୭୮ଟି ସକ୍ରିୟ ମାମଲା ଥିବାବେଳେ ସମୁଦାୟ ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଛି |

Advertisment

ସେହିପରି କରୋନାରୁ ସମୁଦାୟ ୩ କୋଟି ୨୦ ଲକ୍ଷ ୬୩ ହଜାର ୬୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି | ଏପର୍ଯ୍ୟନ୍ତ ଦେଶରେ ୬୭ କୋଟି ୯ ଲକ୍ଷ ୫୯ ହଜାର ୯୬୮ ଜଣଙ୍କୁ ଟିକା ଦିଆଗଲାଣି | ସୂଚନା ଥାଉ କି ଗତକାଲି ୨ ମାସରେ ସର୍ବାଧିକ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ।


ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂ‌ର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।