ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଦେଖାଇଲେ, ଅସ୍ତ୍ରୋପଚାର ପରେ ବାହାରିଲା ୪ କିଲୋ ଧାତୁ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଜଣେ ୨୮ବର୍ଷୀୟ ଯୁବକଙ୍କ ପେଟରୁ ୪ କିଲୋ ଧାତୁ ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ପେଟ ଭିତରେ ନେଲ୍‌ କଟର, ସେଫ୍ଟିପିନ୍‌ ଓ ଅନେକ କଏନ୍‌ ଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯେଉଁ ଯୁବକଙ୍କ ପେଟରୁ ଏ ସବୁ ଜିନିଷ ବାହାର କରାଯାଇଛି, ସେ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି ।

452 metal items were found in a mans stomach in Ahmedabad
oneindia.com

ସୂଚନା ମୁତାବକ, ପେଟରେ ଗଭୀର ଯନ୍ତ୍ରଣା ହେବାରୁ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତୁରନ୍ତ ଏକ୍ସ-ରେ’ କରାଯିବା ପରେ ତାଙ୍କ ପେଟରେ ଅନେକ ଧାତୁ ଜମା ହୋଇ ଯାଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏହା ପରେ ୪ଜଣିଆ ଡାକ୍ତରୀ ଟିମ୍‌ ୩ଘଣ୍ଟା ଧରି ଅସ୍ତ୍ରୋପଚାର କରିବା ପରେ ଯୁବକଙ୍କ ପେଟରେ ଥିବା ୪କିଲୋ ଧାତୁକୁ ବାହାର କରିବାରେ ସଫଳ ହୋଇଥିଲେ । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର