ଇସଲାମାବାଦ: ପାକିସ୍ତାନ ଜେଲରେ ୪୫୭ ଜଣ ଭାରତୀୟ କଏଦୀ ବନ୍ଦୀ ଜୀବନ କାଟୁଛନ୍ତି। ଏଥିରୁ ୩୯୯ ଜଣ ହେଉଛନ୍ତି ମତ୍ସଜୀବୀ। ଇସଲାମାବାଦରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପାକିସ୍ତାନ ସରକାର ଏକ ତାଲିକା ଦାଖଲ କରିବା ପରେ ଏହା ସ୍ପଷ୍ଟ ହୋଇଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ କହିବା ଅନୁସାରେ, ୨୦୦୮ ମଇ ୨୧ରେ ହୋଇଥିବା ଇଣ୍ଡୋ-ପାକ୍‌ କାଉସର ଏକ୍‌ସେସ୍‌ ଏଗ୍ରିମେଣ୍ଟ ଅନୁସାରେ କଏଦୀଙ୍କ ସୂଚୀ ଭାରତକୁ ଦେବାକୁ ପଡ଼ିଥାଏ।

Advertisment

ଏହି ବୁଝାମଣା ଅନୁସାରେ ଉଭୟ ଦେଶ ନିଜ-ନିଜ ଦେଶରେ ଥିବା କଏଦୀଙ୍କ ତାଲିକା ଅଦଳବଦଳ କରିଥାନ୍ତି। ପାକିସ୍ତାନ ସୋମବାର କହିଛି, ବର୍ଷକୁ ୨ଥର କଏଦୀ ତାଲିକା ଅଦଳବଦଳ କରିଥାଏ, ଏଥିରେ ୫୮ ଜଣ ନାଗରିକ ଓ ୩୯୯ଜଣ ମତ୍ସଜୀବୀ ସାମିଲ ଅଛନ୍ତି।

publive-image

ପାକିସ୍ତାନ ଏହା ସହିତ କହିଛି ଯେ, ଭାରତ ମଧ୍ୟ ଦିଲ୍ଲୀରେ ପାକିସ୍ତାନ କଏଦୀଙ୍କ ତାଲିକା ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଦାଖଲ କରିବ। ସେ କହିଛନ୍ତି, ପାକିସ୍ତାନ ଆଗାମୀ ଜାନୁଆରି ୮ରେ ୧୪୬ ମତ୍ସଜୀବୀଙ୍କୁ ଜେଲ ମୁକ୍ତି ଦେବ।

ଭାରତ ଓ ପାକିସ୍ତାନର ମତ୍ସଜୀବୀଙ୍କୁ ଜଳସୀମା ଉଲଂଘନ କରିବା ପରେ ଗିରଫ କରାଯାଇଛି। ଆରବ ସାଗରରେ ଭାରତ-ପାକିସ୍ତାନର ସୀମା ସ୍ପଷ୍ଟ ହୋଇ ପାରୁ ନଥିବାରୁ ମତ୍ସଜୀବୀମାନେ କାଠ ଡଙ୍ଗା ନେଇ ସୀମା ଅତିକ୍ରମ କରନ୍ତି। ଏଥି ପାଇଁ ସେମାନେ ବିପରୀତ ଦେଶର ଜଳସେନା ଦ୍ୱାରା ଗିରଫ ହୋଇଥାନ୍ତି।