୪୫୭ ଭାରତୀୟ ଏବେ ପାକିିସ୍ତାନ ଜେଲ୍‌ରେ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ଏବେ ମୋଟ ୪୫୭ ଜଣ ଭାରତୀୟ ବନ୍ଦୀ ଜୀବନ କାଟୁଛନ୍ତି। ସେମାନଙ୍କ ମଧ୍ୟରେ ୫୮ ଜଣ ବେସାମରିକ କଏଦୀ ଥିବା ବେଳେ ୩୯୯ ଜଣ ମତ୍ସ୍ୟଜୀବୀ ରହିଛନ୍ତି। ତେବେ ଏହି ମତ୍ସଜୀବୀଙ୍କ ମଧ୍ୟରୁ ୧୪୬ ଜଣଙ୍କୁ ପାକିସ୍ତାନ ଆସନ୍ତା ୮ ତାରିଖରେ ମୁକ୍ତ କରିବ ବୋଲି ଘୋଷଣା କରିଛି। ଆଜି ଇସଲାମାବାଦ୍‌ରେ ପାକିସ୍ତାନ ସରକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦେଇଥିବା ତଥ୍ୟରୁ ଏହା ଜଣାଯାଇଛି। ସୂଚନା ଥାଉ କି, ୨୦୦୮ ମେ’ ୨୧ରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ହୋଇଥିବା କନସୁଲାର ଆକ୍ସେସ୍‌ ଏଗ୍ରିମେଣ୍ଟ୍‌ ଅନୁଯାୟୀ ଉଭୟ ଦେଶ ପ୍ରତି ଦୁଇବର୍ଷରେ ଥରେ ଜୁଲାଇ ୧ କିମ୍ବା ଜାନୁଆରି ୧ ତାରିଖରେ ନିଜ ନିଜ ଜେଲ୍‌ରେ ଥିବା ପ୍ରତିପକ୍ଷ ଦେଶର କଏଦୀଙ୍କ ତାଲିକା ଜଣାଇବେ। ଏହି ଚୁକ୍ତି ଅନୁଯାୟୀ ପାକିସ୍ତାନ ଆଜି ଏହାର ବିଭିନ୍ନ ଜେଲ୍‌ରେ ଥିବା ଭାରତୀୟଙ୍କ ତାଲିକା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର