ମୁମ୍ବାଇ: ୨୦୧୬ରେ ପ୍ରାୟ ୪୬, ୧୦୦ ଜଣ ଭାରତୀୟ ଆମେରିକାର ନାଗରିକତ୍ୱ ପାଇଛନ୍ତି। ସବୁଠୁ ଅଧିକ ଆମେରିକୀୟ ନାଗରିକତ୍ୱ ପାଇଥିବା ଦେଶମାନଙ୍କର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ। ତାଲିକାରେ ମେକ୍ସିକୀୟମାନେ ପ୍ରଥମ ସ୍ଥାନରେ ଅଛନ୍ତି। ୨୦୧୬ ଆର୍ଥିକ ବର୍ଷରେ ଆମେରିକା ସରକାର ୭. ୫୩ ଲକ୍ଷ ବ୍ୟକ୍ତିଙ୍କୁ ନାଗରିକତ୍ୱ ପ୍ରଦାନ କରିଥିଲା। ସେଥିରେ ଭାରତୀୟମାନଙ୍କ ସଂଖ୍ୟା ୬%। ୟୁଏସ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି ଏହି ତଥ୍ୟ ପ୍ରକାଶ କରିଛି।

Advertisment

ବର୍ଷକୁ ବର୍ଷ ଆମେରିକା ବିଦେଶୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା କମାଇ ଦେଉଛି ବୋଲି ଏହି ତଥ୍ୟରୁ ଜଣା ପଡୁଛି। କାରଣ ଆମେରିକୀୟ ନାଗରିକତ୍ୱ ପାଇଁ ମେକ୍‌ସିକୋବାସୀଙ୍କ ସଂଖ୍ୟା ଧୀରେ କମି ଆସୁଛି।

୨୦୧୬ ଆର୍ଥିକ ବର୍ଷରେ ଆମେରିକୀୟ ନାଗରିକତ୍ୱ ପାଇଁ ୯. ୭୨ ଲକ୍ଷ ଦରଖାସ୍ତ ପଡ଼ିଥିଲା। ୨୦୧୫ ଆର୍ଥିକ ବର୍ଷରେ ପଡ଼ିଥିଲା ୭. ୮୩ ଲକ୍ଷ ଆବେଦନ। ଗତ ବର୍ଷ ତୁଳନାରେ ଏହା ୨୪% ଅଧିକ।