ବେଙ୍ଗାଲୁରୁ/ନୂଆଦିଲ୍ଲୀ : ଲଦାଖ୍ର ଗଲ୍ୱାନ ଘାଟି ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଅର୍ଥନୈତିକ ଦୃଷ୍ଟିରୁ ଚୀନ୍କୁ ଘେରିବା ଲାଗି ଭାରତ ସରକାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହାକୁ ଜାରି ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଟିକ୍ଟକ୍ ସମେତ ଚୀନ୍ର ୫୯ଟି ଆପ୍କୁ ନିଷିଦ୍ଧ କରାଯାଇଥିଲା। ଏହି ଅଭିଯାନର ଦ୍ବିତୀୟ ପର୍ଯ୍ୟାୟରେ ଚୀନ୍ ସହ ସମ୍ପର୍କ ଥିବା ଆଉ ୪୭ଟି ଆପ୍କୁ ଆଜି ନିଷିଦ୍ଧ କରାଯାଇଛି। ସେଥିରେ ଟିକ୍ଟକ୍ ଲାଇଟ୍, ହେଲୋ ଲାଇଟ୍, ସେୟାରଇଟ୍ ଲାଇଟ୍ ଓ ବିଗୋ ଲିଭୋ ଲାଇଟ୍ ଆଦିର ନାମ ରହିଛି। ଏଗୁଡ଼ିକ ହେଉଛି ପ୍ରଥମ ପର୍ଯ୍ୟାୟରେ ନିଷିଦ୍ଧ ହୋଇଥିବା ଆପ୍ଗୁଡ଼ିକ କ୍ଲୋନ୍ ଭର୍ସନ। ଆଗାମୀ ଦିନରେ ଚୀନ୍ ସହ ସମ୍ପର୍କ ଥିବା ଆଉ ୨୭୫ଟି ଆପ୍ ନିଷିଦ୍ଧ କରିବାର ଯୋଜନା ରହିଛି। ସେଥିରେ ଲୋକପ୍ରିୟ ମୋବାଇଲ୍ ଗେମ୍ ପବ୍ଜି, ଶାଓମିର ୧୪ ଆପ୍, ଫେସ୍ୟୁ ଓ କ୍ୟାପ୍କଟ୍, ଜିଲି, ଲୁଡୁ ୱାର୍ଲଡ୍, ଅଲିଏକ୍ସପ୍ରେସ୍, ରେ ସୋ ଓ ୟୁଲାଇକ୍ ଆଦିର ନାମ ରହିଛି।
ଆଉ ୪୭ ଚୀନ୍ ଆପ୍ ନିଷିଦ୍ଧ; ପବ୍ଜି ବି ହୋଇପାରେ ନିଷିଦ୍ଧ, ୨୭୫ ଆପ୍ର ତାଲିକା ପ୍ରସ୍ତୁତ
/sambad/media/post_attachments/wp-content/uploads/2020/07/pubg-680x510.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)