ଟିଭି ଚ୍ୟାନେଲ ବିରୋଧରେ ୪୭ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ଟ୍ରମ୍ପ
ନୂଆଦିଲ୍ଲୀ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏନଏନ ଚ୍ୟାନେଲ ଉପରେ ମାନହାନି ମାମଲା ଦାୟର କରିଛନ୍ତି। ଚ୍ୟାନେଲ ବିରୋଧରେ ସେ ୪୭୫ ମିଲିୟନ ଡଲାର ବା ୪୭ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି | ତାଙ୍କ ବିରୋଧରେ ଅପମାନଜନକ ନ୍ୟୁଜ ପ୍ରସାରଣ ସହ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗରେ ସେ ମାମଲା ରୁଜୁ କରିଛନ୍ତି | ତେବେ ଏନେଇ ସିଏନ୍ଏନ୍ ପକ୍ଷରୁ କିଛି କହିବାକୁ ମନା କରିଦିଆଯାଇଛି | ସିଏନଏନ ବିରୋଧରେ ଟ୍ରମ୍ପ ଗୁରୁତର ଅଭିଯୋଗ ଆଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଫ୍ଲୋରିଡା କୋର୍ଟରେ ଟ୍ରମ୍ପ ଦାଖଲ କରିଥିବା ୨୯ ପୃଷ୍ଠାର ମକଦ୍ଦମାରେ ଦାବି କରାଯାଇଛି ଯେ ଏହି ଚ୍ୟାନେଲ ତାଙ୍କୁ ଦୀର୍ଘ ଦିନ ଧରି ଟାର୍ଗେଟ କରିବାକୁ ଚେଷ୍ଟା କରୁଛି। ସିଏନ୍ଏନ୍ ତାଙ୍କ ପରାଜୟ ପରେ ଆକ୍ରମଣକୁ ତୀବ୍ର କରିଛି। ତାଙ୍କୁ ବଦନାମ କରିବା ପାଇଁ ଏକ ପ୍ରକାର ଅଭିଯାନ ଆରମ୍ଭ କରାଯାଇଛି।
ଚ୍ୟାନେଲ ଜାଣିବାକୁ ପାଇଛି ଯେ ସେ ପୁଣିଥରେ ୨୦୨୪ ମସିହାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ତେଣୁ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି । ସେ କହିଛନ୍ତି ଯେ ଯେତେବେଳେ ସେ ରାଷ୍ଟ୍ରପତି ଥିଲେ, ସିଏନ୍ଏନ୍ ଏବଂ ନ୍ୟୁୟର୍କ ଟାଇମ୍ସ ଭଳି ନ୍ୟୁଜ୍ ନେଟୱାର୍କ ସହିତ ତାଙ୍କର ଭଲ ସମ୍ପର୍କ ନଥିଲା, ତେଣୁ ଏହି ଲୋକମାନେ ତାଙ୍କ ବିରୋଧରେ ଏକ ଅଭିଯାନ ଚଳାଇଛନ୍ତି |