ଜିମ୍ବାୱେ: ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪୭ଜଣଙ୍କ ମୃତ୍ୟୁ

ଜିମ୍ବାୱେ: ଜିମ୍ବାୱେର ହରାରି ଟାଉନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଗତ ବୁଧବାର ଦିନ ୨ଟି ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଥିବା କୁହାଯାଉଛି। ଦୁର୍ଘଟଣାସ୍ଥଳରେ ୪୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ମୃତକଙ୍କ ଅନ୍ତିମ ସଂସ୍କାରର ସହ ସେମାନଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଜିମ୍ବାୱେର ଟ୍ରାଫିକ ଚଳାଚଳ ବ୍ୟବସ୍ଥା ବହୁତ ତ୍ରୁଟିପୂର୍ଣ୍ଣ । ଯାହାଫଳରେ ଏହି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟିଥାଏ। ଫଳରେ ଅନେକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଏଭଳି ଦୁର୍ଘଟଣା ପ୍ରଥମ ନୁହେଁ ପୂର୍ବବର୍ଷ ଜୁନ ମାସରେ ବସ୍‌ ଦୁର୍ଘଟଣାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର